fbpx

Video: ‘ମୁଁ ଆଜି ଅଟକିବି ନାହିଁ’, କର୍ଣ୍ଣାଟକ ବିଜୟ ପରେ ରାହୁଲ ଗାନ୍ଧୀଙ୍କ ଭିଡିଓ ଟ୍ୱିଟ୍ କଲା କଂଗ୍ରେସ

ନୁଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ଉତ୍ସବ ମୁଖର ହୋଇଉଠିଛି କଂଗ୍ରେସ। ବିପୁଳ ବିଜୟକୁ ନେଇ କଂଗ୍ରେଶ ନେତା ଖୁସି ପ୍ରକାଶ କରିଥିବା ବେଳେ କଂଗ୍ରେସର ଏକ ଟ୍ୱିଟ୍‌କୁ ନେଇ ଏବେ ଚର୍ଚ୍ଚା ହେଉଛି। କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ କରାଯାଇଛି ଯେଉଁଥିରେ ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ନଜର ଆସିଛନ୍ତି। ଏହି ଟୁଇଟରେ କ୍ୟାପସନ୍ ଦିଆଯାଇଛି ଯେ ‘ମୁଁ ଅବିସ୍ମରଣୀୟ, ମୁଁ ବହୁତ ଆତ୍ମବିଶ୍ୱାସୀ, ଆଜି ମୁଁ ଅଟକିବି ନାହିଁ’।

ଭାରତ ଯୋଡ଼ ଯାତ୍ରା ସମୟରୁ କର୍ଣ୍ଣାଟକ ନିର୍ବାଚନ ପର୍ଯ୍ୟନ୍ତ ପ୍ରଚାର ସମୟରେ ବିଜେପି ବିରୁଦ୍ଧରେ ରାହୁଲ ଗାନ୍ଧୀ ଖୁବ ଆକ୍ରାତ୍ମକ ଥିଲେ। ରାହୁଲ ଖୋଲାଖୋଲି ବିଭିନ୍ନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଜେପି ନେତାଙ୍କୁ ଟାର୍ଗେଟ କରୁଥିଲେ।

Get real time updates directly on you device, subscribe now.