fbpx

କରୋନା ଆତଙ୍କ, ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି

ବେଜିଙ୍ଗ, ୧୬ା୨: ଚୀନରେ ଦିନକୁ ଦିନ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ସେଠାରେ ଲୋକମାନେ କରୋନା ଭାଇରସକୁ ନେଇ କୋକୂଆ ଭୟରେ ରହିଛନ୍ତି । ସେଠାକର ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଆଜି ସୁଦ୍ଧା ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୧୬୦୦ କୁ ବୃଦ୍ଧି ପାଇଲାଣି । ଏନେଇ ପ୍ରାୟ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଛି । କରୋନା ପାଇଁ ଚୀନରେ ସ୍ୱତନ୍ତ୍ର ହସ୍ପିଟାଲ ମଧ୍ୟ କରାଯାଇଛି ।

ଅନ୍ୟପଟେ ଭାରତରେ ମଧ୍ୟ କରୋନା ଭାଇରସ ମଧ୍ୟ ଦେଖାଦେଇଛି । ଗତ ୧୩ତାରିଖ ଦିନ ଭାରତର କୋଲକାତା ସହରରେ ଦୁଇ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ । ଏୟାରପୋର୍ଟରୁ ଦୁଇ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ବ୍ୟାଙ୍କକରୁ କୋଲକାତା ଆସୁଥିଲେ ସେହି ଦୁଇ ଯାତ୍ରୀ ।

Get real time updates directly on you device, subscribe now.