fbpx

କରୋନା ଭାଇରସ, ଏଚଆଇଭି ଔଷଧରୁ ହେବ ଚିକିତ୍ସା !

ନୂଆଦିଲ୍ଲୀ, ୩ା୨: କରୋନା ଭାଇରସକୁ ନେଇ ଚୀନରେ ଆତଙ୍କ ଖେଳିଥିବା ବେଳେ ଏହାରି ମଧ୍ୟରେ ସେହି ଭାଇରସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କରୋନା ପାଇଁ ଔଷଧ ବାହାର କରିଥିବା ଥାଇଲାଣ୍ଡ ଦାବି କରିଛି । କେତେକ ଔଷଧକୁ ମିଶାଇ ନୂଆ ଔଷଧ ହୋଇଥିବା ଦାବି କରିଛି ଥାଇଲାଣ୍ଡ । ୪୮ଘଣ୍ଟା ମଧ୍ୟରେ ରୋଗୀ ଭଲ ହୋଇପାରିଥିବା ମଧ୍ୟ ଦାବି ହୋଇଛି । ଏହାସହ ପରୀକ୍ଷା ସଫଳ ହୋଇଥିବା କଥା କହିଛନ୍ତିି ଥାଇଲାଣ୍ଡ ସରକାର । ସେ କହିଛନ୍ତି ଏଚଆଇଭି ଔଷଧରୁ କରୋନା ଭାଇରସର ଚିକିତ୍ସା ମିଳିଛି ।

ଚୀନରେ କରୋନା ଭାଇରସର ଆତଙ୍କ ଦେଖାଦେଇଛି । ଦିନକୁ ଦିନ ଚୀନରେ ପରିଣତି ଅଣଆୟତ ହେଲାଣି । ସେଠାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଚୀନରେ ୩୬୦ଜଣଙ୍କର ମୃତ୍ୟୁ ଘଟିଲାଣି । ଗତକାଲି ଗୋଟିଏ ଦିନରେ ୫୬ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୧୦ହଜାରରୁ ଅଧିକ ଆକ୍ରାନ୍ତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ସେହିପରି ଭାରତରେ ମଧ୍ୟ ଦୁଇ ଜଣଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଦୁଇ ଜଣ କେରଳର ବୋଲି ଜଣାପଡ଼ିଛି । ସେମାନେ ଦୁଇ ଜଣ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.