ଭୁବନେଶ୍ବର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ଏନେଇ ବିଜେଡି କର୍ମୀମାନେ ଏକଜୁଟ ହେବା ସହିତ କାହିଁକି ଦଳ ହାରିଲା ସେନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାରି ଭିତରେ ପାଣ୍ଡିଆନ ଟ୍ବିଟ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ।
ପାଣ୍ଡିଆନ ଟ୍ବିଟ କରି କହିଛନ୍ତି, “ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡିଶା ବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ ।” ତେବେ ହଠାତ୍ ପାଣ୍ଡିଆନ୍ କାହିଁକି ଏଭଳି କହିଲେ ସେ ନେଇ ସବୁଆଡେ ଚର୍ଚ୍ଚା । ତେବେ ପାଣ୍ଡିଆନ ଓଡିଶାବାସୀଙ୍କୁ ଭୁଲ୍ ମାଗି ପୁଣିଥରେ ବିଜେଡିର ମଙ୍ଗ ଧରିବେ ବୋଲି କୁହାଯାଉଛି । କିନ୍ତୁ ଅନ୍ୟ କେତେକ କହୁଛନ୍ତି ଏହି ପୋଷ୍ଟ ପାଣ୍ଡିଆନ ନୁହେଁ ଅନ୍ୟ କେହି ଜଣେ କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ସନ୍ଦେହ ଦେଖାଯାଇଛି । ତଥ୍ୟ ଅନୁସାରେ, 2023 ଶେଷରେ ବିଜେଡିରେ ଯୋଗ ଦେଇଥିଲେ । ଜୁନ ୯ ତାରିଖରେ ସେ ରାଜନୀତିରୁ ବିଦାୟ ନେଇଛନ୍ତି । ଦଳରେ ପାଇଭ-ଟି ଅଧ୍ୟକ୍ଷ ପଦବୀ ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଥିଲା । ପୂର୍ବରୁ ସରକାରୀ ଚାକିରି ଛାଡ଼ିଥିବା ବେଳେ ଏବେ ରାଜନୀତିରୁ ମଧ୍ୟ ବିଦାୟ ନେଇଥିଲେ । ହେଲେ ବର୍ତ୍ତମାନ ସେ କ୍ଷମା ମାଗି ପୁଣିଥରେ ରାଜନୀତିକୁ ଫେରିବା ଚର୍ଚ୍ଚା ଜୋର ଧରିଛି ।