fbpx

ବିଶ୍ୱ ରେକର୍ଡ କଲା କାଶୀ କରିଡର: ଦୁଇ ବର୍ଷରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିଛନ୍ତି ୧୨.୯୨ କୋଟି ଶ୍ରଦ୍ଧାଳୁ

AAKASH

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ବାରାଣସୀ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଧାମ ଲୋକାର୍ପଣର ଦୁଇବର୍ଷ ପୂରଣ ହେବ । ତେବେ ଏହି ଦୁଇ ବର୍ଷ ମଧ୍ୟରେ ବାବାଙ୍କ ଧାମ ଭକ୍ତଙ୍କ ଆଗମନକୁ ନେଇ ଏକ ନୂଆ ରେକର୍ଡ କରିଛି । ପ୍ରତିଦିନ ବାବାଙ୍କ ଦରବାରଙ୍କୁ ଲକ୍ଷାଧିକ ଭକ୍ତ ଦର୍ଶନ କରିବାକୁ ଆସୁଛନ୍ତି । ବିଶେଷ କରି କିଛି ସ୍ୱତନ୍ତ୍ର ଦିନ ଓ ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଥାଏ । ତେବେ ଏହା ମଧ୍ୟରେ ଦୁଇ ବର୍ଷ ମଧ୍ୟରେ ଶ୍ରୀ କାଶୀ ବିଶ୍ୱନାଥ ଧାମକୁ ଆସିଥିବା ଶ୍ରଦ୍ଧାଳୁଙ୍କର ସଂଖ୍ୟା ଜାରି କରାଯାଇଛି ।

୨୦୨୧ ମସିହା ଡିସେମ୍ବର ମାସ ୧୩ ତାରିଖରେ ଶ୍ରୀ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ କରାଯାଇଥିଲା । ସେହିଦିନଠାରୁ ଚଳିତ ଡିସେମ୍ବର ମାସ ୬ ତାରିଖ ମଧ୍ୟରେ ଏହି ଧାମକୁ ୧୨ କୋଟି ୯୨ ଲକ୍ଷ ୨୪ ହଜାର ଭକ୍ତ ବାବାଙ୍କ ଦର୍ଶନ ପାଇ ଆସିଛନ୍ତି । ଡିସେମ୍ବର ମାସ ସୁଦ୍ଧା ଏହି ସଂଖ୍ୟା ୧୩ କୋଟି ଟପିବାର ଅନୁମାନ କରଯାଉଛି । ଗତ ଜୁଲାଇ ମାସରେ ୭୨,୦୨,୮୯୧ ଜଣ ଓ ଅଗଷ୍ଟରେ ୯୫,୬୨,୨୦୬ ଜଣ ଭକ୍ତ ବାବାଙ୍କର ଦର୍ଶନ କରିଥିଲେ ।

ଏହି ଦୁଇ ମାସରେ ପାଖାପାଖି ୧ କୋଟି ୬୭ ଲକ୍ଷ ୬୫ ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିଛନ୍ତି । ସେହିପରି ୨୦୨୨ ମସିହା ଶ୍ରାବଣ ମାସରେ ବାବା ବିଶ୍ୱନାଥଙ୍କୁ ୭୬,୮୧,୫୬୧ ଜଣ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ବାରାଣସୀରେ ସମୀକ୍ଷା ବୈଠକ ଥିଲେ କିମ୍ବା ସରକାରୀ ଗସ୍ତରେ ଯାଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବାଙ୍କ ଧାମରେ ପୂଜାର୍ଚ୍ଚନା କରିଥାନ୍ତି । ପୂର୍ବରୁ ବିଶ୍ୱନାଥ ଧାମକୁ ପହଞ୍ଚିବାରେ ସମସ୍ୟା ଉପୁଜୁଥିଲା । ଭକ୍ତମାନେ ବାହାରେ ଦୀର୍ଘସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରି ରହୁଥିଲେ । ମାତ୍ର କାଶୀ କରିଡର ନିର୍ମାଣ ହେବା ପରେ ଶ୍ରଦ୍ଧାଳୁମାନେ ସହଜରେ ଦର୍ଶନ କରିପାରୁଛନ୍ତି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିରରେ ଅନେକ ପ୍ରକାରର ପ୍ରତିବନ୍ଧକ ଲାଗୁ କରାଯାଇଛି । ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ମାଗଣାରେ ହ୍ୱିଲ ଚେୟାର ଓ ଜରୁରୀ ସ୍ଥିତିରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି ।

Get real time updates directly on you device, subscribe now.