fbpx
BJD SKY
BJD SKY

Kashmir is a Country: ସପ୍ତମ ଶ୍ରେଣୀ ପରୀକ୍ଷାରେ ଆସିଛି ଏଭଳି ପ୍ରଶ୍ନ, ଆରମ୍ଭ ହେଲା ବିବାଦ

BJD

ନୂଆଦିଲ୍ଲୀ: ଅନେକ ସମୟରେ ପରୀକ୍ଷା ପ୍ରଶ୍ନପତ୍ରରେ କିଛି ତ୍ରୁଟି ଦେଖିବାକୁ ମିଳିଥାଏ । ହଜାର ହଜାର, ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତର ପ୍ରଶ୍ନ ହୋଇଥିବାରୁ ଏଥିପ୍ରତି ବେଶ୍ ଯତ୍ନବାନ ହେବା ଜରୁରୀ । ତେବେ ନିକଟରେ ଏଭଳି ଏକ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ସପ୍ତମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ କଶ୍ମୀରକୁ ଏକ ଦେଶ ଭାବେ ଦର୍ଶାଯାଇଛି । ଏହି ପ୍ରଶ୍ନପତ୍ରକୁ ନେଇ ବର୍ତ୍ତମାନ ସାରା ଦେଶରେ ବିବାଦ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ବିହାରର କିଷନଗଞ୍ଜ ଅନ୍ତର୍ଗତ ଏକ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ କଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଲେଖାଯାଇଛି । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପରୀକ୍ଷା ଅକ୍ଟୋବର ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଘଟଣାରେ ଯେତେବଡ଼ ଅଧିକାରୀ ସାମିଲ ଥିଲେ ବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପ୍ରଶ୍ନପତ୍ରରେ ଲେଖାଥିଲା, ‘ହ୍ୱାଟ ଆର ଦ ପିପୁଲ ଅଫ୍ ଦି ଫଲୋଇଙ୍ଗ କଣ୍ଟ୍ରିଜ୍ କଲଡ ଫର ୟୁ?’ ଅପସନ-୧ରେ ଲେଖାଥିଲା ଚୀନର ଲୋକଙ୍କୁ ଚାଇନିଜ୍ କୁହନ୍ତି । ଅପସନ-୨ରେ ନେପାଳର ଲୋକଙ୍କୁ, ଅପସନ-୩ରେ ଇଂଲଣ୍ଡର ଲୋକଙ୍କୁ, ଅପସନ-୪ରେ କଶ୍ମୀରର ଲୋକଙ୍କୁ, ଅପସନ-୫ରେ ଭାରତର ଲୋକଙ୍କୁ କ’ଣ କୁହନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ତେବେ କଶ୍ମୀର ଏକ ଦେଶ ହୋଇନଥିବା ବେଳେ ତା’ର ନାମ ଏଠାରେ ଲେଖାଯିବା ନିଶ୍ଚିତ ଭାବେ ଏକ ଗୁରୁତର ଭୁଲ୍ । ତେଣୁ ଏହି ପ୍ରଶ୍ନପତ୍ରକୁ ନେଇ ଏକ ଚର୍ଚ୍ଚା ଜାରି ରହିଛି ।

ତେବେ ଏହି ଘଟଣାକୁ ନେଇ ଆକ୍ରମଣ ଆରମ୍ଭ କରିଦେଇଛି ବିଜେପି । ବିହାର ରାଜ୍ୟ ସଭାପତି କହିଛନ୍ତି, ବିହାର ସରକାର ଏହି ପ୍ରସଙ୍ଗକୁ ନେଇ କାହିଁକି ଚୁପ୍ ରହିଛନ୍ତି । ବିହାର ଶିକ୍ଷା ବିଭାଗ ଅଧିକାରୀ କଶ୍ମୀରକୁ ବୋଧହୁଏ ଏକ ସ୍ୱତନ୍ତ୍ର ଦେଶ ଭାବେ ବିବେଚନା କରୁଛନ୍ତି ବୋଲି ବିହାର ରାଜ୍ୟ ସଭାପତି କହିଛନ୍ତି । ଅନ୍ୟପକ୍ଷରେ ଏହାର ଜବାବ ଦେଇଛନ୍ତି ରାଜ୍ୟ ଶିକ୍ଷା ମନ୍ତ୍ରୀ । ମଣିଷ ମାତ୍ରକେ ଭୁଲ୍ ହୋଇଥାଏ ତେଣୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.