fbpx

ଖୋଲିଛି କେଦାରନାଥ ଦ୍ୱାର, ହେଲେ ଧସୁଛି ବରଫ ପାହାଡ ; ୭ ଦିନ ଆଲର୍ଟ ରହିବାକୁ ଆଇଏମଡି ର ପରାମର୍ଶ

ନୂଆଦିଲ୍ଲୀ : ଚାରି ଧାମ ଯାତ୍ରା ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୫ ମଙ୍ଗଳବାର ସକାଳେ ତୀର୍ଥଯାତ୍ରୀଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା ହୋଇଛି। କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି ବରଫପାତ । ପ୍ରବଳ ବରଫବୃଷ୍ଟି ଯୋଗୁଁ ଭକ୍ତମାନେ ଅସୁବିଧା ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି । ସେହିପରି କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ୭ ଦିନ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗର ଉନ୍ନତି ଆସିବା ପରେ ହିଁ କେଦାରନାଥ ମନ୍ଦିର ଯାତ୍ରା ଆରମ୍ଭ କରିବାକୁ ତୀର୍ଥଯାତ୍ରୀମାନଙ୍କୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆସନ୍ତା ୭ ଦିନ ପାଇଁ କେଦାରନାଥ ଏବଂ ବଦ୍ରିନାଥ ଅଞ୍ଚଳରେ ପ୍ରବଳ ତୁଷାରପାତ ଏବଂ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପୂର୍ବ-ପଞ୍ଜୀକରଣ ଅନୁଯାୟୀ ତୀର୍ଥଯାତ୍ରୀ ଆସୁଛନ୍ତି । ପାଗରେ ଉନ୍ନତି ହେତୁ ତୀର୍ଥଯାତ୍ରୀଙ୍କୁ କେଦାରନାଥ ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ପାଣିପାଗର ଅବସ୍ଥା ଠିକ୍ ନହେବା ମାତ୍ରେ ଆମେ ଯାତ୍ରା ବନ୍ଦ କରିବୁ ବୋଲି ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି । ଗତ ତିନି ଦିନ ଧରି କେଦାରନାଥରେ ତୁଷାରପାତ ହେତୁ ସହର ଏବଂ ରାସ୍ତା ବରଫରେ ଆବୃତ ହୋଇ ରହିଛି ।

Get real time updates directly on you device, subscribe now.