fbpx
BJD SKY
BJD SKY

ଜୋତା କିମ୍ବା ଚପଲକୁ ଓଲଟା ରଖୁଛନ୍ତି କି? ଜାଣିନିଅନ୍ତୁ କ’ଣ ରହିଛି ଏହାର ରହସ୍ୟ

BJD

ଭୁବନେଶ୍ୱର : ଅଧିକାଂଶ ଲୋକଙ୍କ ଘର ଭିତରେ ହେଉ କିମ୍ବା ବାହାରେ ଜୋତା ଏବଂ ଚପଲ ଏଣେ ତେଣେ ଓ ଓଲଟା ପଡିଥାଏ । ଏହା ଯଦି ଖରର ବୟସ୍କ ବ୍ୟକ୍ତିଙ୍କ ନଜରରେ ଆସେ, ତେବେ ସେମାନେ ତାହାକୁ ସିଧା କରି ଦେଇଥାନ୍ତି । କୁହାଯାଏ ଏଭଳି ଜୋତା କିମ୍ବା ଚପଲ ଓଲଟା ପଡିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ମଧ୍ୟ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି ।

ଆସନ୍ତୁ ଜାଣିବା କ’ଣ ରହିଛି ଏହା ର ରହସ୍ୟ –

୧. କୁହାଯାଉଛି ଯେ, ଘରେ ଜୋତା କିମ୍ବା ଚପଲ ଓଲଟା କିମ୍ବା ଏଣେ ତେଣେ ପଡିବା ଦ୍ୱାରା ଶନି ଦେବ କ୍ରୋଧିତ ହୋଇଥାନ୍ତି । ଏହା ଫଳରେ ପରିବାରରେ ଅନେକ ସମସ୍ୟା ଦେଖାଯିବା ସହିତ ସଦସ୍ୟଙ୍କ ମଧ୍ୟରେ କଳହ ମଧ୍ୟ ହୋଇଥାଏ । ତେଣୁ ଜୋତା ଓ ଚପଲ ସଠିକ ଭାବରେ ରଖାନ୍ତୁ ।

୨. ଯେଉଁ ଘରେ ଜୋତା ଚପଲ ଓଲଟା ଥାଏ, ସେଠାରେ ବିନା କୌଣସି କାରଣରେ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ। ରୋଜଗାର କଲେ ମଧ୍ୟ ସଞ୍ଚୟ ହୋଇ ପାରିନଥାଏ।

୩. ଘରେ ଜୋତା ଚପଲ ଓଲଟା ପଡିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହେବା ସହ ଅସନ୍ତୁଷ୍ଟ ହୋଇଥାଆନ୍ତି। ଫଳରେ ଅର୍ଥ ଅଭାବ ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦେଇଥାଏ।

୪. ଅନେକ ସମୟରେ ଜୋତା ଚପଲ ତଳ ଅଂଶରେ ମାଟି ସହ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ଲାଗି ଥିବା ଦେଖାଯାଏ। ଏହା ଓଲଟା ଅବସ୍ଥାରେ ରହିବା ଦ୍ୱାରା ଏହି ଅପରିଷ୍କାର ଜିନିଷ ଦେଖିଲେ ଦିନ ଯାକ ଭଲରେ ଅତିବାହିତ ହୋଇନଥାଏ। ମନ ଚିଡଚିଡା ହୋଇଥାଏ। ତେଣୁ ଏହାକୁ ସର୍ବଦା ସିଧା ରଖନ୍ତୁ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜୋତା ଚପଲ ଓଲଟା ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ଏହା ଫଳରେ ଘରେ ସୁଖ ଓ ସମୃଦ୍ଧି ରହେ ନାହିଁ । ସୁଖଶାନ୍ତି ଦୂରେଇ ଯାଇଥାଏ ।

Get real time updates directly on you device, subscribe now.