fbpx

କେଜ୍ରିୱାଲଙ୍କୁ ଡରାଉଛି ଇଡିର ଗିରଫଦାରୀ ଭୟ, ନେଲେ ଏପରି ପଦକ୍ଷେପ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ଗିରଫ ହେବାର ଭୟ ଘାରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଲଗାତର କେଜ୍ରିୱାଲଙ୍କ ପଛରେ ପଡିଛି । ଗୋଟିଏ ପଟେ ଇଡି ବାରମ୍ବାର କେଜ୍ରିୱାଲଙ୍କୁ ସମନ ପଠାଉଥିବା ବେଳେ କେଜ୍ରିୱାଲ ଇଡି ନୋଟିସକୁ ଅଣଦେଖା କରି ଚାଲିଛନ୍ତି । ଏ ପର୍ଯ୍ୟନ୍ତ ଇଡି କେଜ୍ରିୱାଲଙ୍କୁ ୯ ସମନ ପଠାଇ ସାରିଛି । ଏଥିରୁ ୮ ଥର କେଜ୍ରିୱାଲ ସମନକୁ ଅଣଦେଖା କରିଛନ୍ତି । ଆଜି ଅର୍ଥାତ୍ ଗୁରୁବାର ୯ମ ସମନ ଜରିଆରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ହାଜର ହେବାକୁ କହିଛି । ତେବେ ଏହାରି ମଧ୍ୟରେ କେଜ୍ରିୱାଲ ଗିରଫଦାରୀ ଆଶଙ୍କାକୁ ଦେଖି ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି ।

କେଜ୍ରିୱାଲ ହାଇକୋର୍ଟରେ ଏକ ନୂଆ ଯାଚିକା ଦାୟର କରିଛନ୍ତି ଓ ଏଥିରେ ସେ ତାଙ୍କ ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆବେଦନ କରିଛନ୍ତି । କେଜ୍ରିୱାଲ କହିଛନ୍ତି ସେ ମଦ ଦୁର୍ନିତୀ ମାମଲାରେ ଯାଞ୍ଚରେ ସହଯୋଗ କରିବା ଲାଗି ପ୍ରସ୍ତୁତ ଅଛନ୍ତି । ତେଣୁ ତାଙ୍କୁ ଇଡି ପକ୍ଷରୁ ଗିରଫ କରିବାକୁ ରୋକାଯାଉ । ଦିଲ୍ଲୀ ହାଇକୋର୍ଟ ବିଚାରପତି ସୁରେଶ କୁମାର କାୟତଙ୍କ ବେଞ୍ଚ ଆଜି ଏହି ମାମଲାର ଶୁଣାଣୀ କରିବେ ।

Get real time updates directly on you device, subscribe now.