fbpx

(Video) କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ

AAKASH

କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଏକ ମଣିଷ କଙ୍କାଳ ପୋଲିସ ଉଦ୍ଧାର କରିଛି । କଙ୍କାଳଟି ପୁରୁଷ ଲୋକରକି ମହିଳାଙ୍କର ତାହା ଜଣା ପଡ଼ିନାହିଁ ।

ସୂଚନା ଅନୁଯାୟୀ ସ୍ଥାନୀୟ ଲୋକ ଏହା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହା କେବେ ଠାରୁ ପଡିଛି ସେ ନେଇ ଉଠିଛି ପ୍ରଶ୍ନ । ତେବେ ଖବର ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିବା ସହିତ ଏହାକୁ କଟକ ଫୋରେନସିକ ଲବୋରେଟୋରୀକୁ ପଠାଇଛି । ଏନେଇ ପିପିଲି ଥାନାରେ 22/21 ରେ ଏକ ୟୁଡି କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପିପିଲି ପୋଲିସ । ସେପଟେ ଏହି ମଣିଷ କଙ୍କାଳ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.