fbpx

ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ବଦଳିଲେ କେଭି-୩ର ଖେଳ ଶିକ୍ଷୟତ୍ରୀ

ଭୁବନେଶ୍ୱର, ୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ -୩ର ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ହୋଇଥିଲେ । ଏନେଇ ଛାତ୍ରୀଙ୍କ ବାପାଙ୍କ ଏତଲା ଭିତ୍ତିରେ ମଞ୍ଚେଶ୍ୱର ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କେଭି-୩ର ଖେଳ ଶିକ୍ଷୟିତ୍ରୀ ଆଜି ବଦଳି ହୋଇଛନ୍ତି । ଖେଳ ଶିକ୍ଷୟିତ୍ରୀ ଏସ.ଏମ୍. ପଟ୍ଟନାୟକ ଯାଜପୁର ବ୍ୟାସନଗରକୁ ବଦଳି ହୋଇଛନ୍ତି । ବଦଳି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ଉପକମିସନର ।

ଉଲ୍ଲେଖଯୋଗ୍ୟ ଯେ ସ୍କୁଲରେ ନିର୍ଯାତନା ଡ଼ରରେ କେଭି-୩ର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ସମ୍ପର୍କରେ ଅଧ୍ୟକ୍ଷା ପ୍ରତିକ୍ରିୟା ରଖି କହିଥିଲେ ସ୍କୁଲ ତରଫରୁ ତାଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଇ ନଥିଲା ।ଛାତ୍ରୀ ଜଣକ ଦେହ ଖରାପ ଦର୍ଶାଇ ଖେଳ ପିରିୟଡ଼କୁ ଆସିନଥିଲେ । ସ୍କୁଲ ପରିସର ନୁହେଁ ରିଜିଓନାଲ ଅଫିସ କ୍ୱାର୍ଟର୍ସ ଛାତରୁ ସେ ଡ଼େଇଁଥିବା ଅଧ୍ୟକ୍ଷା କହିଥିଲେ ।

Get real time updates directly on you device, subscribe now.