fbpx

KGF Chapter 2 ଅଭିନେତାଙ୍କ ଦେହାନ୍ତ, ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ନୂଆଦିଲ୍ଲୀ: ବର୍ତ୍ତମାନ ବକ୍ସ ଅଫିସରେ କେଜିଏଫ୍ ଚାପ୍ଟର ୨ ଧୂମ୍ ମଚାଇ ଚାଲିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଖବର ଆସିଛି । କେଜିଏଫ୍ ଫେମ୍ ଅଭିନେତା ମୋହନ ଜୁନେଜା ଆଜି ପରଲୋକ ଗମନ କରିଛନ୍ତି । ମୋହନ ଦୀର୍ଘ ସମୟ ଧରି ଅସୁସ୍ଥ ରହିବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ମନୋଜ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ଦର୍ଶକଙ୍କୁ ନିଜର କମେଡ଼ି ଚରିତ୍ର ମାଧ୍ୟମରେ ହସାଉଥିବା ମନୋଜ ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି । ତାଙ୍କର ଅଚାନକ ମୃତ୍ୟୁକୁ ନେଇ ବଲିଉଡ୍ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । କେଜିଏଫ-୨ ଫିଲ୍ମରେ ମୋହନ ପତ୍ରକାର ଆନନ୍ଦଙ୍କର ଇନଫର୍ମର ଭୂମିକାରେ ଆସିଥିଲେ । ଏହାପୂର୍ବରୁ ମୋହନ ତାମିଲ, ତେଲୁଗୁ, ମାଲାୟାଲମ ଓ ହିନ୍ଦି ଭାଷାରେ ଅନେକ ଫିଲ୍ମରେ କାମ କରିଥିଲେ ।

ମୋହନ ନିଜ କ୍ୟାରିୟରରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ସେ କେଜିଏଫ ଚାପ୍ଟର-୧ ଓ କେଜିଏଫ ଚାପ୍ଟର-୨ରେ ପରଦାକୁ ଆସିଥିଲେ । ମନୋଜ ନିଜ କଲେଜ ପାଠପଢ଼ା ସମୟରୁ ବିଭିନ୍ନ ନାଟକରେ ଅଭିନୟ କରିଥିଲେ । ଗତ ୨୦୦୮ରେ ରୋମାଣ୍ଟିକ କନ୍ନଡ଼ ଫିଲ୍ମ ସଙ୍ଗମା ମାଧ୍ୟମରେ ସେ ନିଜର କ୍ୟାରିୟରର ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.