fbpx

ସାପକୁ ମାରି ମସଲା ସହ ଖାଇଗଲେ , ଭିଡିଓ ଭାଇରାଲ

ଜଣେ ୩୦ ବର୍ଷୀୟ ବ୍ୟକ୍ତି ସାପକୁ ମାରିବା ସହ ତାକୁ କାମୁଡି ଖାଇଥିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମସଲା ପ୍ରୟୋଗ କରି ଏହି ସାପକୁ ଆହୁରି ୩ ଜଣ ଖାଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇାରାଲ ହେବାରେ ଲାଗିଛି । ଏହି ଆଶ୍ଚର୍ଯ୍ୟକର ଘଟଣା କେଉଁ ବାହାର ଦେଶର ନୁହେଁ, ବରଂ ତାମିଲନାଡୁର ସଲେମ ଜିଲ୍ଲାରୁ ଆସିଛି ।

ସାପକୁ ହତ୍ୟା କରି ଖାଇଥିବା ଅଭିଯୋଗରେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏହି ବ୍ୟକ୍ତି ଜଣକ ସାପଟିକୁ ମାରି ଖାଇବାର ଭିଡିଓ ପ୍ରସ୍ତୁତ କରି ଅପଲୋଡ କରିଥିଲେ, ଯାହାକି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଥଙ୍ଗମପୁରିପଟ୍ଟିନାମର ବାସିନ୍ଦା ସୁରେଶ । ଭିଡିଓରେ ଦେଖାଯାଉଥିବା ଆଉ ୩ ଜଣ ମଧ୍ୟ ସାପକୁ ଧରି ହତ୍ୟା କରନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ସୁରେଶଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ସାଥୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.