fbpx

ଡ୍ରମରୁ ଗହମ ବାହାର କରୁଥିବା ବେଳେ ବାହାରିପଡିଲା କୋବ୍ରା

ଡ୍ରମରୁ ଗହମ ବାହାର କରୁ କରୁ ହଠାତ୍ ବାହାରି ପଡିଲା କିଙ୍ଗ କୋବ୍ରା । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ସୁନ୍ଦରୱାଲ ସହରରେ ଜଣେ ମହିଳା ଡ୍ରମରୁ ଗହମ କାଢୁଥିବା ବେଳେ କୋବ୍ରା ସାପ ବାହାରିପଡିଥିଲା । ଏହାକୁ ଦେଖି ମହିଳାଙ୍କ ସମେତ ପରିବାର ଲୋକେ ମଧ୍ୟ ଭୟଭୀତ ହୋଇପଡିଥିଲେ ।

ତେବେ କସ୍ୱେର ବାସିନ୍ଦା ଅମରେନ୍ଦ୍ର ସିଂଙ୍କ ପତ୍ନୀ ଅଟା ପେଡାଇବାକୁ ଲୁହା ଡ୍ରମରୁ ଗହମ କାଢିଥିଲେ । କିନ୍ତୁ ଗହମ ସହିତ ଏକ ବିଶାଳ କୋବ୍ରା ସାପ ମଧ୍ୟ ବାହାରକୁ ପଳାଇଆସିଥିଲା । ମହିଳା ଜଣକ ଭୟଭୀତ ହୋଇ ପାଟି କରିଥିଲେ ଓ ପରିବାର ଲୋକ ପାଟି ଶୁଣି ସାପକୁ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ସାପଟିକୁ ଲୁହା ଡ୍ରମର ତଳେ ଫଣା ଟେକି ବସିଥିବାର ଦେଖିବାକୁ ପାଇଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ଜଣେ ଯୁବକ ସାପଟିକୁ ଧରି ଏକ ବାକ୍ସରେ ବନ୍ଦ କରିଥିଲେ ଓ ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଦେଇଥିଲେ ।

Get real time updates directly on you device, subscribe now.