fbpx
BSKY SKY
BSKY SKY

ଲକ୍-ଡାଉନ୍ ଭାଙ୍ଗିଲେ ରାଜା: ଲଗ୍ଜରୀ ହୋଟେଲରେ ୨୦ ଗର୍ଲଫେଣ୍ଡ ସହ ନେଉଛନ୍ତି ମଜା

BSKY

ଫଟୋରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ଥାଇଲ୍ୟାଣ୍ଡର ରାଜା, ଯାହାଙ୍କୁ ୬୭ ବର୍ଷ । ସେ ଅନେକ ଥର ବିବାହ କରିଛନ୍ତି । କିନ୍ତୁ ଦେଶରେ କରୋନା ଭାଇରସର ବିପଦ ବଢୁଥିବାର ଦେଖି ସେ ଦେଶଛାଡି ଚାଲିଯାଇଛନ୍ତି । ରାଜା ଜଣକ ତାଙ୍କର ୨୦ ଗର୍ଲଫ୍ରେଣ୍ଡଙ୍କୁ ନେଇ ଏକ ବିଳାସପୂର୍ଣ୍ଣ ହୋଟେଲରେ ଆନନ୍ଦ ଉପଭୋଗ କରୁଛନ୍ତି । ରିପୋର୍ଟ ମୁତାବକ, ଦେଶର ଏକ ଉତ୍ସବରେ ଭାଗ ନେବାକୁ ରାଜା ଲକ୍-ଡାଉନ୍ ନିୟମ ମଧ୍ୟ ଭାଙ୍ଗିଥିଲେ ।

ଥାଇଲ୍ୟାଣ୍ଡର ଏହି ରାଜାଙ୍କ ନାମ ମହା ୱାଜିରାଲଙ୍ଗକୋର୍ନ ହୋଇଥିବା ବେଳେ ସେ ବ୍ୟାଙ୍କକଠାରୁ ପ୍ରାୟ ୧୯,୦୦୦ କିଲୋମିଟର ଦୂରରେ ଥିବା ଜର୍ମାନୀର ଏକ ହୋଟେଲରେ ରହିବାକୁ ଆସିଛନ୍ତି । ସେ ତାଙ୍କ ସାଙ୍ଗରେ ୨୦ ଜଣ ଗର୍ଲଫ୍ରେଣ୍ଡ ଓ କିଛି ସେବକମାନଙ୍କୁ ସାଙ୍ଗରେ ଆଣିଛନ୍ତି । ହୋଟେଲରେ ନିଜକୁ ଆଇସୋଲେସନରେ ରଖିବାକୁ ରାଜା ନିଷ୍ପତ୍ତି ନେଇଥିବା କୁହାଯାଉଛି । ଲକ୍-ଡାଉନ୍ ପଡିଥିଲେ ବି ଥାଇଲ୍ୟାଣ୍ଡ ଚକ୍ର ଦିବସରେ ଭାଗ ନେବାକୁ ରାଜା ଜର୍ମାନୀରୁ ବ୍ୟାଙ୍କକ୍ ଆସିଥିଲେ । ଏହି ସମୟରେ ରାଜା ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଥିଲେ ।

ତେବେ ଦେଶରେ କରୋନା ସଙ୍କଟରେ ଜର୍ମାନୀରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବାରୁ ରାଜାଙ୍କୁ ସୋସିଆଲ ମିଡିଆରେ ଲୋକାମାନେ ସମାଲୋଚନା କରୁଛନ୍ତି ।

Get real time updates directly on you device, subscribe now.