fbpx

KKR ହେବ ଆଇପିଏଲ-୨୦୨୪ ଚାମ୍ପିୟନ! ୩ଟି ପଏଣ୍ଟରୁ ମିଳୁଛି ବଡ଼ ସଙ୍କେତ

AAKASH

ନୂଆଦିଲ୍ଲୀ: ଆଜି ଆଇପିଏଲ ୨୦୨୪ର ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ସନ୍ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) । ଏଥର କେଉଁ ଆଇପିଏଲ ମୁକୁଟ ପିନ୍ଧିବ ତାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ଭରିଗଲାଣି । ତେବେ ଏଥର ହାଇଦ୍ରାବାଦକୁ ହରାଇ କୋଲକତା ଚାମ୍ପିୟନ ହେବ ବୋଲି ଚର୍ଚ୍ଚା ହେଉଛି । ଏହା ପଛରେ ସାମ୍ନାକୁ ଆସୁଛି ୩ଟି ବଡ଼ ସଙ୍କେତ । ଏହି ସଙ୍କେତଗୁଡ଼ିକ ଭିତରେ ସବୁ ରହସ୍ୟ ଲୁଚି ରହିଛି । ହୁଏତ ଏହା ସତ ହୋଇପାରେ ।

୧- ଆଇପିଏଲର ୧୭ତମ ସିଜିରେ ଏହି ଦୁଇ ଟିମ୍ ପରସ୍ପର ସହ ଦୁଇ ଥର ମୁହାଁମୁହିଁ ହୋଇସାରିଥିବା ବେଳେ ଦୁଇଟି ଯାକ ମ୍ୟାଚରେ କୋଲକତା ବିଜୟୀ ହୋଇଥିଲା । ପ୍ରଥମ ଥର ଲିଗ୍ ପର୍ଯ୍ୟାୟର ୩ୟ ମ୍ୟାଚରେ ଓ ଦ୍ୱିତୀୟ ଥର କ୍ୱାଲିଫାୟର-୧ରେ ଦୁହେଁ ପରସ୍ପରକୁ ଭେଟିଥିଲେ ।

୨- ସେହିପରି ଆଇପିଏଲର ଗତ ୬ଟି ସଂସ୍କରଣର ଫଳାଫଳ ମଧ୍ୟ କେକେଆର ସପକ୍ଷରେ ସଙ୍କେତ ଦେଉଛି । ବର୍ଷ ୨୦୧୮ରୁ ୨୦୨୩ ମଧ୍ୟରେ ଯେଉଁ ଟିମଗୁଡ଼ିକ କ୍ୱାଲିଫାୟର-୧ରେ ବିଜୟୀ ହୋଇଥିଲେ ସେମାନେ ଚାମ୍ପିୟନ ହୋଇଥିଲେ । ତେଣୁ ଏଥର କୋଲକତା କ୍ୱାଲିଫାୟର-୧ ଜିତିସାରିଥିବାରୁ ତା’ ନିକଟରେ ଟ୍ରଫି ଜିତିବାର ସୁଯୋଗ ରହିଛି ବୋଲି ଏକ ବଡ଼ ସଙ୍କେତ ମିଳୁଛି ।

୩- ସେହିପରି କୋଲକାତା ଅଧିନାୟକ ଶ୍ରେୟସ ଆୟର ଓ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସଙ୍କ ମଧ୍ୟରେ ହୋଇଥିବା ଫଟୋ ଶୁଟ୍ ମଧ୍ୟ ଏକ ନୂଆ ଇସାରା କରୁଛି । ଗତ ୨୦୧୯ ପରଠାରୁ ଏହା ଦେଖାଯାଇଛି ଯେ, ଯେଉଁ ଅଧିନାୟକମାନେ ଟ୍ରଫି ବାମପଟେ ରହିଥିଲେ ସେ ଟ୍ରଫି ଜିତିଥିଲେ । ତେଣୁ ଏଥର ଶ୍ରେୟସ ଟ୍ରଫିର ବାମକଡ଼ରେ ବସିଥିବାରୁ କେକେଆର ଚାମ୍ପିୟନ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି ।

 

View this post on Instagram

 

A post shared by IPL (@iplt20)

Get real time updates directly on you device, subscribe now.