fbpx

ରାହାନେ ଓ ଶିବମଙ୍କ ଦ୍ରୁତ ଅର୍ଦ୍ଧଶତକ: କୋଲକାତା ଆଗରେ ୨୩୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଚେନ୍ନାଇ

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଜିର ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ କୋଲକାତା ନାଇଟ ରାଇଡ଼ର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଦଳ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଛି। ଏହା ସହିତ ଏହା ମଧ୍ୟ ଚଳିତ ସିଜନର ସର୍ବାଧିକ ଦଳଗତ ସ୍କୋର ହୋଇଛି। ବିଜୟ ପାଇଁ କୋଲକାତା ଦଳ ୨୩୬ ରନ୍‌ର ଟାର୍ଗେଟକୁ ପିଛା ଆରମ୍ଭ କରିଛି। ଓପନର ଜାଗଦିସନ ଏବଂ ସୁନୀଲ ନାରିନ କ୍ରିଜରେ ଅଛନ୍ତି।

ଚେନ୍ନାଇର ଏହି ବିଶାଳ ସ୍କୋରରେ ଅଜିଙ୍କ୍ୟ ରହାନେ ଚେନ୍ନାଇ ପାଇଁ ଚମତ୍କାର ବ୍ୟାଟିଂ କରି ମାତ୍ର ୨୯ ବଲରେ ୭୧ ରନ୍ ସଂଗ୍ରହ କରିଥିଲେ। ରାହାନେ ତାଙ୍କ ଏହି ଇନିଂସରେ ୫ ଟି ଛକା ଓ ୬ ଟି ଚୌକା ମାରିଥିଲେ। ଏମାନଙ୍କ ବ୍ୟତୀତ ଶିବମ୍ ଦୁବେ ୫୦ ଏବଂ ଡିଭନ୍ କନୱେ ୫୬ ରନ୍ ସ୍କୋର କରିଥିଲେ। କୋଲକାତା ପାଇଁ କୁଲୱନ୍ତ ଖେଜ୍ରୋଲିଆ ୨ ଟି ୱିକେଟ୍ ନେଇଥିବାବେଳେ ସୁୟାଶ ଶର୍ମା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.