fbpx

“ପୋକର କିଙ୍ଗ୍‌” ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଯାହାଙ୍କ ପାଖରେ ସକାଳୁ ରାତି ଯାଏଁ ଲାଗେ ଝିଅଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ: ସର୍ବନାଶର ମୁଖ୍ୟ କାରଣ ହେଉଛି ଜୁଆ। ଯାହା ମହାଭାରତରୁ ଆରମ୍ଭ କରି ଆଜି ଯାଏଁ ସବୁ ସ୍ଥାନରେ ପ୍ରମାଣିତ ହେଇଆସୁଅଛି। ଜୁଆ ହେଉଛି ଏକ ଏମିତି ଖେଳ ଯେଉଁଥିରେ କିଛି କ୍ଷଣ ଭିତରେ ଜଣେ କୋଟିପତି ଦାଣ୍ଡର ଭିକାରି ହେଇଯିବ। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି ଜୁଆ ଖେଳି ଖେଳି କୋଟିପତି। ତେବେ ଆମ ଭାରତରେ ଜୁଆ ଖେଳ ହେଉଛି ବେଆଇନ। କିନ୍ତୁ ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନ ଗତ ଜୁଆଡ଼ି ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଯେ କି ବିଶ୍ୱର ସବୁଠାରୁ ଧୀନ ଜୁଆଡ଼ି ଭାବରେ ପରିଗଣିତ। ଜୁଆ ଖେଳି ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏହି କାରଣରୁ ତାଙ୍କୁ ପୋକର କିଙ୍ଗ୍‌ ମଧ୍ୟ କୁହାଯାଏ।

Dan Bilzerian – Where Did He Get All His Money & Who Even Is He?Dan Bilzerian, tutte le donne del re di Instagram

ଅନେକ ସମୟରେ ଏହି ପୋକର କିଙ୍ଗଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳେ। ତାଙ୍କର ଫ୍ୟାସନ ଓ ଷ୍ଟାଇଲକୁ ମଧ୍ୟ ଅନେକ ଲୋକ ଅନୁସରଣ କରନ୍ତି। ଯାହାଙ୍କ ପ୍ରକୃତ ନାମ ହେଉଛି ଡାନ୍‌ ବିଲଜେରିୟାନ୍‌ । ୪୦ବର୍ଷୀୟ ଏହି ଆମେରିକୀୟ ଯୁବକଙ୍କ ଜୀବନରେ ପୂର୍ବରୁ ଅର୍ଥର ଅଭାବନଥିଲା, କାରଣ ତାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଏକ ସାକ୍ଷାତକାରରେ ଡାନ୍‌ କହଥିଲେ ତାଙ୍କ ପିଲା ଦିନରେ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଉନଥିଲେ, ତେଣୁ ସେ ଯାହା ଚାହୁଁଥିଲେ ତାହା କରୁଥିଲେ ।

ଥରେ ଡାନ୍‌ ତାଙ୍କ ସ୍କୁଲକୁ ବନ୍ଧୁକ ଧରି ଯାଇଥିବା ବେଳେ ଧରାପଡ଼ିଥିଲେ, ଯାହା ଫଳରେ ତାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇଥିଲା । ସେହି ବନ୍ଧୁକ ତାଙ୍କ ପିତାଙ୍କର ଥିଲା । ବିଦ୍ୟାଳୟରେ ସମସ୍ତଙ୍କୁ ଦେଖାଇବା ପାଇଁ ଡାନ୍‌ ବନ୍ଧୁକଟିକୁ ସ୍କୁଲ୍‌ ନେଇଥିଲେ । ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ସାରା ବିଶ୍ୱରେ ବେଶ୍‌ ପରିଚିତ । ଲସ୍‌ଭେଗାସରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା । ଯେଉଁଠାରେ ସେ ଅଧିକାଂଶ ସମୟ ପାର୍ଟି କରିଥାନ୍ତି ।

Dan Bilzerian & his AWESOME cars: Rolls Royce Ghost to Mercedes-Benz G63  AMG 6x6

ତେବେ କିଛି ବର୍ଷ ତଳେ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ସେ ପନ୍ଧିଥିବା ଏକ ଘଣ୍ଟାର ମୂଲ୍ୟ ପ୍ରାୟ ୧.୩୬କୋଟି ଟଙ୍କା ବୋଲି କୁହାଯାଇଥିଲା । ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡ଼ିମୋଟରକୁ ଡାନ୍‌ ଖୁବ୍‌ ପସନ୍ଦ କରନ୍ତି । ଗୋଟିଏ ପରେ ଗୋଟିଏ ମହଙ୍ଗା ବନ୍ଧୁକ ଏବଂ ଗାଡ଼ି କିଣନ୍ତି । ସେ ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ନିକଟରେ ଝିଅଙ୍କ ଲମ୍ବା ଧାଡ଼ି ମଧ୍ୟ ଲାଗେ । ତେବେ ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଫଟୋ ଅଛି, ଯେଉଁଥିରେ ତାଙ୍କ ଚତୁଃପାଶ୍ୱର୍ରେ ଝିଅମାନେ ଘେରି ରହିଛନ୍ତି । ଏହି କାରଣରୁ ତାଙ୍କୁ ପ୍ଲେ ବୟ ମଧ୍ୟ କୁହାଯାଏ । ତାଙ୍କ ନିକଟରେ ଦାମୀ ଘର, ଗାଡ଼ି ଆଉ ବ୍ୟାଙ୍କ ବାଲାନ୍ସର ଅଭାବ ନାହିଁ । ଏହିସବୁ ସମ୍ପତ୍ତି ସେ କେବଳ ଜୁଆ ଖେଳି ରୋଜଗାର କରିଥିବା ଟଙ୍କାରରେ କରିଛନ୍ତି । ଏପରିକି ଗୋଟିଏ ରାତିରେ ଜୁଆ ଖେଳି ସେ ସର୍ବାଧିକ ୮୩ କୋଟି ଟଙ୍କା ରୋଜଗାର କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

Dan Bilzerian's Insane Car Collection Could Fund A Rogue State

 

 

 

 

 

Get real time updates directly on you device, subscribe now.