fbpx
BJD SKY
BJD SKY

ପିଏନବି ବିକିବ ଶସ୍ତାରେ ୧୩ ହଜାର ଘର, ଜାଣନ୍ତୁ କେଉଁଠି…

BJD

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତାରେ ଘର କିଣିବାକୁ ଚାହୁଁଛନ୍ତି ତାହେଲେ ଆପାଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । କାରଣ ଦେଶର ଦ୍ୱିତୀୟ ବଡ଼ ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଆଣିଛି ଏକ ଖାସ ଅଫର୍ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ପତ୍ତି ନିଲାମ କରିବାକୁ ଯାଉଛି । ଏହି ନିଲାମୀ ୧୫ ଜୁନରେ ହେବାକୁ ଯାଉଛି । ଏଥିରେ ନିବେଶକଙ୍କୁ ରେସିଡେନସିଆଲ, କମରସିଆଲ, ଇଣ୍ଡଷ୍ଟ୍ରିଆଲ, ଏଗ୍ରିକଲ୍ଚର ବର୍ଗର ସମ୍ପତ୍ତି ଶସ୍ତାରେ ମିଳିପାରିବ ।

ଜାଣନ୍ତୁ କିପରି ଏଥିର ଭାଗ ନେଇପାରିବେ । ବ୍ୟାଙ୍କ ସେହି ସମ୍ପତ୍ତି ଗୁଡିକ ନିଲାମୀ କରିବାକୁ ଯାଉଛି ଯାହା ଡିଫଲଟ ଲିଷ୍ଟରେ ରହିଛି । ଇଣ୍ଡିଆନ ବ୍ୟାଙ୍କ ଅକସନ ମଡଗେଜ ପ୍ରପର୍ଟୀ ଇନଫରମେସନ(ଆଇବିଏପିଆଇ) ତରଫରୁ ଏହି ସୂଚନା ଦିଆଯାଇଛି ।

ବ୍ୟାଙ୍କ ୧୨୮୬୫ ରେସିଡେନସିଆଲ ସମ୍ପତ୍ତି ନିଲାମ କରିବାକୁ ଯାଉଛି । ଏହ ସହ ୨୮୦୮ କମରସିଆଲ ସମ୍ପତ୍ତି, ୧୪୦୩ ଇଣ୍ଡଷ୍ଟ୍ରିଆଲ ପ୍ରପର୍ଟୀ, ୧୦୧ କୃଷି ସମ୍ପତ୍ତି ରହିଛି । ଏହି ସବୁ ସମ୍ପତ୍ତିର ନିଲାମୀ ବ୍ୟାଙ୍କ ତରଫରୁ କରାଯିବ ।

ନିଲାମୀ ପାଇଁ ଏଭଳି ରହିବ ସର୍ତ୍ତ:
୧- ରେଜିଷ୍ଟ୍ରେସନ: ପ୍ରଥମେ ବିଡରଙ୍କୁ ଏଥିପାଇଁ ନିଜର ମୋବାଇଲ ନମ୍ବର ଏବଂ ଇମେଲ-ଆଇଡି ଦ୍ୱାରା ଡଇ-ଅକ୍ସନ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାକୁ ପଡ଼ିବ ।
୨- ଏହାପରେ ବିଡର କେୱାଇସି ଡକ୍ୟୁାମେଣ୍ଟ ଅପଲୋଡ କରିବାକୁ ପଡ଼ିବ । କେୱାଇସି ଡକ୍ୟୁମେଣ୍ଟକୁ ଇ-ଅକ୍ସନ ସର୍ଭିସ ପ୍ରୋଭାଇଡର ଦ୍ୱାରା ଭେରିଫିକେସନ କରାଯିବ ।
୩- ଏହାପରେ ଆପଣଙ୍କୁ ଇ-ଅକ୍ସନ ପ୍ଲାଟଫର୍ମରେ ଜେନେରେଟ ହୋଇଥିବା ଚାଲାଣର ଟଙ୍କା ଟ୍ରାନ୍ସଫର କରିବାକୁ ପଡ଼ିବ । ଚାଲଣ ପାଇଁ ଆପଣ ଏନଇଏଫଟି/ଟ୍ରାନ୍ସଫର କିମ୍ବା ଅନଲାଇନ/ଅଫଲାଇନ ଟ୍ରାନ୍ସଫର ମଧ୍ୟ କରିପାରିବେ ।
୪- ଉପରୋକ୍ତ ସମସ୍ତ ପର୍ଯ୍ୟାୟ ସରିବା ପରେ ହିଁ ବିଡର ଇ-ଅକ୍ସନ ପ୍ଲାଟଫର୍ମରେ ଅନଲାଇନରେ ନିଲାମୀରେ ଭାଗ ନେଇପାରିବେ ।

ସମ୍ପତ୍ତି ନିଲାମ ବିଷୟରେ ଅଧିକ ସୂଚନା ପାଇଁ, ଆପଣ ସଭବକ୍ଟ୍ରସ.ସଦ୍ଭ ୱେବସାଇଟ ପରିଦର୍ଶନ କରିପାରିବେ । ଯଦି ଆପଣ ଇ-ନିଲାମ ପାଇଁ ମାଧ୍ୟମରେ ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ତାହାଲେ ଆପଣ ବ୍ୟାଙ୍କକୁ ଯାଇ ମଧ୍ୟ ନିଲାମୀ ପ୍ରକ୍ରିୟା ଏବଂ ଆନୁସଙ୍ଗିକ ସମ୍ପତ୍ତି ବିଷୟରେ ସୂଚନା ପାଇପାରିବେ ।

Get real time updates directly on you device, subscribe now.