fbpx

ଡିଜିଟାଲ ଭୋଟର୍ ଆଇଡି କାର୍ଡ ବି ଅନେକ କାମର ଜିନିଷ, ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ଆମ ଦେଶରେ ଭୋଟର୍ ଆଇଡି କାର୍ଡ ଅର୍ଥାତ୍ ମତାଦନ ପ୍ରମାଣ ପତ୍ର ହେଉଛି ଏକ ଜରୁରୀ ଦସ୍ତାବିଜ । ଭାରତରେ ରହୁଥିବା ୧୮ ବର୍ଷରୁ ଅଧିକ ବୟସ ବର୍ଗର ଲୋକମାନଙ୍କ ପାଇଁ ଭୋଟର ଆଇଡି କାର୍ଡ ତିଆରି ହୋଇଥାଏ । ଏହା କେବଳ ଭୋଟ୍ ଦେବାରେ ସହାୟକ ହୁଏନି ବରଂ ଏହା ଆପଣଙ୍କ ମୌଳିକ ପରିଚୟ ପତ୍ର ମଧ୍ୟ । ଏହାର ବ୍ୟବହାର ବ୍ୟାଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ବିଭିନ୍ନ କାମରେ ବ୍ୟବହୃତ ହୋଇଥାଏ । ଏହି କ୍ରମରେ ଅନେକ ସ୍ଥାନରେ ଏହାର ଆବଶ୍ୟକତା ପଡ଼ିବା ସମୟରେ ଏହାର କୌଣସି କପି ଆମ ପାଖରେ ଉପଲବ୍ଧ ନଥାଏ । ଯାହାଫଳରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏପରି ସ୍ଥିତିରେ ଆଜି ଆମେ କହିବୁ କିପରି ଆପଣ ଡିଜିଟାଲ ଭୋଟର୍ ଆଇଡି କାର୍ଡ ଡାଉନଲୋଡ୍ କରିପାରିବେ । ଏହାକୁ ଆପଣ ଖୁବ୍ ସହଜରେ ଡାଉନଲୋଡ୍ କରିପାରିବେ ।

ତାହେଲେ ଚାଲନ୍ତୁ ଜାଣିବା କିପରି କରିବେ ଡାଉନଲୋଡ୍….

୧. ଡିଜିଟାଲ ଭୋଟର୍ ଆଇଡି କାର୍ଡ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ପ୍ରଥମେ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟ୍ https://voterportal.eci.gov.in କୁ ଯିବାକୁ ପଡ଼ିବ । ଭୋଟର୍ ସର୍ଭିସ୍ ପୋର୍ଟାଲରେ ଲଗଇନ୍ କରନ୍ତୁ ।

୨. ଏହି ପେଜ୍ ରେ ଲଗ୍-ଇନ୍ କରିବାକୁ ଆପଣଙ୍କୁ ନିଜର ମେଲ୍ ଆଇଡି ଓ ଫୋନ୍ ନମ୍ବରର ଆବଶ୍ୟକତା ପଡ଼ିବ । ଏଠାରେ ଆକାଉଣ୍ଟ ହେବା ପରେ ଯାହା ତଥ୍ୟ ଦରକାର ପଡ଼ିବ ତାହା ଭରନ୍ତୁ ।

୩. ଲଗ୍-ଇନ୍ ହେବା ପରେ ଇ-ଏପିକ୍(e-EPIC) ଡାଉନଲୋଡ୍ ଅପସନ୍ ଦେଖାଯିବ, ଏଠାରେ କ୍ଲିକ୍ କରିବା ପରେ ଆପଣଙ୍କ ଡିଜିଟାଲ ଭୋଟର୍ ଆଇଡି କାର୍ଡର ପିଡିଏଫ୍ ଡାଉନଲୋଡ୍ ର ବିକଳ୍ପ ଆସିଯିବ । ଏବେ ସେଠାରେ ଆପଣ ନିଜର କାର୍ଡ ଡାଉନଲୋଡ୍ କରନ୍ତୁ ।

Get real time updates directly on you device, subscribe now.