fbpx

ବିନା ମାଟିରେ ବି ହୋଇପାରିବ ଚାଷ: ଜାଣନ୍ତୁ, ଏହାର ଉପାୟ

ଓଡିଶା ଭାସ୍କର: ବିନା ମାଟିରେ ବି ଚାଷ ହୋଇପାରିବ। ତେବେ ଏହି କଥା ଶୁଣିବା ମାତ୍ରେ ଆପଣଙ୍କୁ ଖୁବ ଅଡୁଆ ଲାଗୁଥିବ ଯେ ସତରେ କ’ଣ ବିନା ମାଟିରେ ଚାଷ ହୋଇପାରିବ? ହଁ, ବିନା ମାଟିରେ ବି ଚାଷ ହୋଇପାରିବ। ଆଜିର ଜ୍ଞାନକୌଶଳରେ ତାହା ସମ୍ଭବପର ହୋଇପାରିଛି। ତେବେ ଦୁନିଆରେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି । ଏହା ଦ୍ୱାରା ଜଙ୍ଗଲ ବା ଫସଲ ନଷ୍ଟ ହେଉଛି । ଅପରପକ୍ଷେ ସହରୀକରଣ ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଚାଷ କରିବା ପାଇଁ ଏବେ ଚାଷ ଜମି ନାହିଁ । ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନୀକ ମାନେ ଏକ ନୂଆ ଉପାୟ ବାଛିଛନ୍ତି । ବିନା ମାଟିରେ କିପରି ଚାଷ ହେବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ଆମେ ଆପଣଙ୍କୁ କହିବୁ ବିନା ମାଟିରେ କିପରି ଚାଷ କରିପାରିବେ।

ଏହା କିପରି ସମ୍ଭବ?

ହାଇଡ୍ରୋପ୍ରୋନିନେକ୍ସ ଏକ ମାଟି । ଏହା ଦ୍ୱାରା ଗଛ ଗୁଡିକ ବଢିଥାଏ । ଏଥିରେ ଭରପୁର ମାତ୍ରାରେ ଅମ୍ଳଜାନ ଥାଏ ଯାହା ଦ୍ୱାରା ଗଛ ବିକାଶ ହେବାରେ ସାହାଯ୍ୟ କରିଥାଏ । ଏହି ଚାଷ କେବଳ ପାଣି , ବାଲି ଓ ଗୋଡିରେ ଏହି ଚାଷ ହୋଇଥାଏ । ଏହା ସହିତ ଆପଣଙ୍କୁ ଚାଷ ପାଇଁ ଅଧିକ ଭୂମିର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ଏରୋପେନିକ୍ସ ଉପାୟରେ ଗଛର ଚେର ପବନରେ ଲଟକିଥାଏ । ଯାହା ଫଳରେ ଗଛ ବିନା ମାଟିରେ ବଢିଥାଏ । ଏହା ଆଦ୍ର ଜଳବାୟୁରେ ଚାଷ ହୋଇଥାଏ । ଏହି ଚାଷ କରିଥିଲେ ଆପଣଙ୍କୁ ନିୟମିତ ଅନ୍ତରାଳରେ ଗଛର ଚେରରେ ପୋଷକ ତତ୍ୱ ଏବଂ ପାଣି ଛିଞ୍ଚିବାକୁ ପଡିବ । ତେବେ ଏହି ଚାଷ ଏବେ ଅନେକ ଦେଶରେ ଆରମ୍ଭ ହୋଇସାରିଛି। ଆଉ ଆଗାମୀ ଭବିଷ୍ୟତରେ ଏହି ଚାଷର ଗୁରୁତ୍ୱ ବେଶ ଅଧିକ ରହିବ ବୋଲି ବୈଜ୍ଞାନିକ ମାନେ ମତ ରଖିଛନ୍ତି।

Growing plants without soil amongst frontier projects backed by President's  fund | Imperial News | Imperial College London

Soilless Agriculture: An In-depth Overview — AGRITECTURE

Get real time updates directly on you device, subscribe now.