ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ପର୍ବ ହେଉ କିମ୍ବା ମାତୃଭୂମିକୁ ନେଇ ଗର୍ବ କରିବାର କୌଣସି ଦିନ ଦେଶଭକ୍ତିରେ ପୂର୍ଣ୍ଣ ନାରା ବିନା ଉତ୍ସବ ଅସଂପୂର୍ଣ୍ଣ । ରାଷ୍ଟ୍ରଭକ୍ତି ସହ ଜଡ଼ିତ ଏହି ନାରା ହିଁ ଅଟେ ଯାହା ସୀମାରେ ଯବାନଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିଥାଏ । ଆମକୁ ଦେଶ ଉପରେ ଗର୍ବିତ କରାଇଥାଏ ଏବଂ ମାତୃଭୂମି ପାଇଁ ପ୍ରାଣ ଦେବାକୁ ମଧ୍ୟ ଉତ୍ସାହ ଦିଏ । ଏହିଭଳି ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରୁଥିବା କିଛି ନାରା ସହ ଜଡ଼ିତ ବିଶେଷ ତଥ୍ୟ ଆମେ ଆପଣଙ୍କୁ ଦେବାକୁ ଚାହୁଛୁ ।
‘ଭାରତ ମାତା କି ଜୟ’
ଏହି ସ୍ଲୋଗାନ ବିନା ଜାତୀୟ ସଙ୍ଗୀତ ଅସମ୍ପୂର୍ଣ୍ଣ ବୋଲି ମନେକରାଯାଏ ।ଏହି ନାରା ସବୁଠାରୁ ପ୍ରଥମେ କିରଣ ଚନ୍ଦ୍ର ବନ୍ଦୋପାଧ୍ୟାୟ ଭାରତ ମାତା ନାମକ ନାଟକରେ ଦେଇଥିଲେ । ଏହି ନାଟକ ୧୮୭୩ରେ ମଞ୍ଚସ୍ଥ ହୋଇଥିଲା । ଏହା ପରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ନାରା ଲୋକପ୍ରିୟ ହୋଇଥିଲା । କୁହଯାଏ ଏହି ନାରା ଉର୍ଦ୍ଦୁରେ ଦିଆଯାଇଥିବା ‘ମାଦରେବତନ ହିନ୍ଦୋସ୍ତାନ ଜିନ୍ଦାବାନ୍ଦ’ ର ହିନ୍ଦୀ ରୂପାନ୍ତରଣ ଅଟେ । ଏହି ନାରା ୧୮୭୩ରେ ଅଜୀମ ଉଲ୍ଲା ଖାନ ଦେଇଥିଲେ, ଯାହାର ହିନ୍ଦୀ ରୂପାନ୍ତରଣ ‘ଭାରତ ମାତା କି ଜୟ’ ଭାବରେ ହୋଇଥିଲା ।
‘ଜୟ ହିନ୍ଦ୍’
ଏହି ସ୍ଲୋଗାନଟି ସେନାର ଲୋକଙ୍କୁ ଅଭିବାଦନ କରିବା ପାଇଁ ମଧ୍ୟ ବ୍ୟବହୃତ ହୁଏ । ଦେଶଭକ୍ତିର ଭାବନା ଜାଗ୍ରତ କରୁଥିବା ଆଜାଦ ହିନ୍ଦ୍ ଫୌଜର ମେଜର ଆବିଦ ହିନ୍ଦ ହସନ ସଫରାନୀ ଦେଇଥିଲେ । ପରେ ଦେଶକୁ ସ୍ୱାଧୀନତା ମିଳିବା ପରେ ପୋଲିସ ଏବଂ ସେନା ଏହାକୁ ଆପଣେଇଥିଲେ । ଆମେ ସମସ୍ତେ ଏହାକୁ ବ୍ୟବହାର କରୁ ।
‘ବନ୍ଦେ ମାତରମ୍’
ବନ୍ଦେ ମାତରମ୍ ବେଙ୍ଗଲର ଉପନ୍ୟାସକାର ଏବଂ ସ୍ୱତନ୍ତ୍ରତା ସଂଗ୍ରାମରେ ସକ୍ରିୟ ରହିଥିବା ଚନ୍ଦ୍ର ଚଟ୍ଟୋପାଧ୍ୟୟ ଏହି ନାରା ଦେଇଥିଲେ । ୧୮୮୨ ମସିହାରେ ପ୍ରଥମ ଥର ଏହି ନାରାର ବ୍ୟବହାର କରାଯାଇଥିଲା । ରବିନ୍ଦ୍ରନାଥ ଟାଗୋର ୧୮୯୬ରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ଅଧିବେଶନରେ ଏହାର ବ୍ୟବହାର କରିଥିଲେ । ବନ୍ଦେ ମାତରମ୍ ଆମର ରାଷ୍ଟ୍ରୀୟଗାନ ଅଟେ ଏବଂ ଦେଶରେ ରାଷ୍ଟ୍ରଭକ୍ତିର ଲୋକପ୍ରିୟ ସଙ୍ଗୀତ ଅଟେ ।
‘ସତ୍ୟମେବ ଜୟତେ’
ସତ୍ୟମେବ ଜୟତେର ନାରା ପ୍ରକୃତରେ ଏକ ସଂସ୍କୃତ ଶ୍ଲୋକ । ଏହା ମୁଣ୍ଡକ ଉପନିଷଦରୁ ନିଆଯାଇଛି । ଏହାର ବ୍ୟବହାର ସଂସ୍କୃତର ପ୍ରକାଣ୍ଡ ବିଦ୍ୱାନ ଏବଂ ସ୍ୱତନ୍ତ୍ରତା ସେନା ପଣ୍ଡିତ ମଦନ ମୋହନ ମାଲବ୍ୟ ୧୯୧୮ରେ କରିଥିଲେ । ଏହି ନାରା ବହୁତ ଲୋକପ୍ରିୟ ହୋଇଛି ଏହାର ବ୍ୟବହାର ଉଦ୍ଦେଶ୍ୟ ଭାବରେ ବ୍ୟବହାର ମଧ୍ୟ କରାଯିବାକୁ ଲାଗିଥିଲା ।
‘ଇନକିଲାବ ଜିନ୍ଦାବାନ୍ଦ’
ଏହି ନାରା କ୍ରାନ୍ତିକାରୀ ସ୍ୱତନ୍ତ୍ରତା ସଂଗ୍ରାମୀ ଭଗତ ସିଂହ ୧୯୨୯ରେ ପ୍ରଥମ ଥର ବ୍ୟବହାର କରିଥିଲେ । ସେ ୧୯୨୯ରେ ବିଧାନସଭାରେ ବିସ୍ଫୋରଣ କରିବା ପରେ ଇନକିଲାବ ଜିନ୍ଦାବାନ୍ଦ ନାରା ବ୍ୟବହାର କରିଥିଲେ । ଏବେ ଏହି ନାରା କ୍ରାନ୍ତିର ପ୍ରତୀକ ହୋଇଯାଇଛି ଏବଂ ପ୍ରାୟ ସବୁ ସ୍ଥାନରେ ସବୁ ସଂଗଠନ ଏହାର ବ୍ୟବହାର କରିଥାନ୍ତି ।
ଏହାଛଡ଼ା ମଧ୍ୟ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ନାରା ମଧ୍ୟ ଖୁବ ଲୋକପ୍ରିୟ ହୋଇଥିଲା । ସେ ୧୯୪୨ ମସିହାରେ ‘ଭାରତ ଛାଡ଼’ ଆନ୍ଦୋଳନ ସମୟରେ ଏହି ନାରା ଦେଇଥିଲେ । ସେହିଭଳି ୭୦ ଦଶକରେ ମଧ୍ୟ ଏକ ନାରା ବହୁତ ଲୋକପ୍ରିୟ ହୋଇଥିଲା । ଏହି ନାରା ଥିଲା ସଂପୂର୍ଣ୍ଣ କ୍ରାନ୍ତିର । ଏହି ନାରାକୁ ଜୟ ପ୍ରକାଶ ନାରାୟଣ ଦେଇଥିଲେ ।