fbpx

ଆଣ୍ଟି ଏଜିଙ୍ଗ ସ୍କିନ ପାଇଁ କଣ କରିବେ, ଜାଣନ୍ତୁ ଟିପ୍ସ

ଲୋକ ମାନଙ୍କ ବୟସ ବଢିବା ସହ ତ୍ୱାଚାରେ ପରିବର୍ତ୍ତନ ଦେଖାଯାଇଥାଏ । ତେବେ କାହା କାହା ମୁହଁରେ କଳା ଦାଗ ଆପେ ଆପେ ପଡିବା ସହ ତ୍ୱଚାରେ ଗାର ପଡିଯାଇଥାଏ, ଯାହାକୁ ଆମେ ରିଙ୍କଲ୍ସ କହିଥାଉ । ତେବେ ଆଣ୍ଟି ଏଜିଙ୍ଗ ସ୍କିନ ରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ ।

-ସ୍କିନକୁ ସର୍ବଦା ମଶ୍ଚରାଇଜର କରି ରଖନ୍ତୁ । ମାର୍କେଟରେ ବହୁ ଗୁଡ଼ିଏ ମଶ୍ଚରାଇଜର ମିଳୁଛି ହେଲେ ଯେଉଁଥିରେ ମିନେରାଲ ଓଏଲ ରହୁଛି କିମ୍ବା ଗାଲୁନେରିକ ଥିବ ସେହି ମଶ୍ଚରାଇଜରକୁ ମୁହଁରେ ଲଗାନ୍ତୁ । ଏହା ତ୍ୱାଚାକୁ ସେମିତି ନୂଆ ରଖିବାରେ ସାହାଯ୍ୟ କରିଥାଏ ।

-ସ୍କିନକୁ ହାଇଡ୍ରେଟ କରି ରଖନ୍ତୁ । ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ କରିବା ପାଇଁ ଦିନକୁ ଆଠ ଲିଟର ପାଣି ପିଅନ୍ତୁ । ଏଥିରେ ତ୍ୱାଚା କୋମଳ ସହ ସୁନ୍ଦର ରହିଥାଏ ।

– ଗ୍ରୀନ ଟି ବନାଇ ଏହାକୁ ଥଣ୍ଡା କରିବା ପାଇଁ ପ୍ରିଜରେ ରଖିଦିଅନ୍ତୁ । ଏହାପରେ ଏହାକୁ ମୁହଁରେ ଲଗାନ୍ତୁ । ମୁହଁରେ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱାଚା ତାଜା ରଖିଥାଏ ଗ୍ରୀନ ଟି ।

-ଗୋଟେ ପାଚିଲା କଦଳୀକୁ କ୍ଷୀର ଓ ଗୋଲାପ ଜଳ ସହ ଫେସ ପ୍ୟାକ କରି ଲଗାନ୍ତୁ । ଯାହାଦ୍ୱାରା ଆପଣଙ୍କ ମୁହଁ ଶୀତ ଦିନର ଶୁଖିଲାପଣକୁ ଦୂରେଇ ରଖିବ ।

-ଆଭାକାଡୋ ପରି ସୁପର ଫଳ ଆପଣଙ୍କ ସ୍କିନକୁ ହାଇଡ୍ରେଟ କରି ରଖିବାରେ ସାହାଯ୍ୟ କରିଥାଏ । ଆଭାକାଡୋ ପେଷ୍ଟ କୁ କ୍ଷୀର ସହ ମିଶାଇ ତ୍ୱାଚାରେ ଲଗାନ୍ତୁ ।

-ସତେଜ ଆଲୋଭେରା ଜେଲକୁ ପ୍ରତିଦିନ ଆପଣଙ୍କ ମୁହଁରେ ଲଗାନ୍ତୁ । ଏହା ଆଣ୍ଟି ଏଜିଙ୍ଗକୁ କଣ୍ଟ୍ରୋଲ କରିଥାଏ ।

-କାକୁଡ଼ି ରିଙ୍କଲ୍ସ ପାଇଁ ବହୁ ଉପଯୋଗୀ ହୋଇଥାଏ । ତେବେ କାକୁଡି ଜୁସ ସହ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହାପରେ ଆପଣ ନିଜେ ଏହାର ପରିବର୍ତ୍ତନ ଦେଖିପାରିବେ ।

-ଏକ କପ ଚାଉଳ ଗୁଣ୍ଡ ସହ କମଳା ଚୋପା ଏବଂ ଅଳ୍ପ କମଳା ରସ ମିଶାଇ ଫେସପ୍ୟାକ ବନାଇ ମୁହଁରେ ଲଗାଇ ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ଆଣ୍ଟି ଏଜିଙ୍ଗ ସ୍କିନ ପାଇଁ ସବୁଠାରୁ ଭଲ ଉପାୟ ।

 

Get real time updates directly on you device, subscribe now.