fbpx

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ପୁରୀ ଏସପିଙ୍କ ପ୍ରେସମିଟ୍: ୪ ଅଭିଯୁକ୍ତଙ୍କୁ ଧରିବା ନେଇ ଦେଲେ ସଂପୂର୍ଣ୍ଣ ତଥ୍ୟ

ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ମଙ୍ଗଳବାର ପୁରୀ ପୋଲିସ୍ ଆଉ ୪ ଅଭିଯୁକ୍ତୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଟୁଟୁ, ହରି ପଣ୍ଡା, କୁନମୁନି ଓ ଜଗନ ଖଟେଇ । ତେବେ ଏହି ୪ ଅଭିଯୁକ୍ତଙ୍କ ଗିରଫ ଏବଂ ତଦନ୍ତକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂ ।

ପ୍ରେସମିଟରେ ସୂଚନା ଦେଇ ଏସପି କହିଛନ୍ତି ଯେ ରାଜ୍ୟ ବାହାରକୁ ଚାଲିଯିବାକୁ ଉଦ୍ୟମ ବେଳେ ୪ ଅଭିଯୁକ୍ତଙ୍କୁ କୋରାପୁଟ ସୀମାରୁ ଗିରଫ କରାଯାଇଛି । ଏମାନଙ୍କୁ ଧରିବା ପାଇଁ ପଡ଼େଶୀ ଜିଲ୍ଲା ଓ ରାଜ୍ୟ ସହ ନିୟମିତ ଯୋଗାଯୋଗରେ ଥିଲା ପୋଲିସ । ଅଭିଯୁକ୍ତମାନେ ମୋବାଇଲ ବ୍ୟବହାର କରୁନଥିବାରୁ ଟ୍ରାକ୍ କରିବାରେ ସମସ୍ୟା ଥିଲା । ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣ ହତ୍ୟାକାଣ୍ଡ ସ୍ଥଳରେ ଥିଲେ । ସାତପଡ଼ାରେ ୨ ଦିନ, ଚିଲିକା ଦ୍ରଦରେ ବୋଟରେ ୨ ଦିନ ଓ ୨ ରାତି ରହିଥିଲେ । ହତ୍ୟା ମାମଲାରେ ମୋଟ୍ ୧୦ ଜଣକୁ ଗିରଫ କରାଯାଇଛି ଏବଂ ସମସ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରି-କ୍ରିଏସନ କରାଯିବ । ଏହା ପରେ ଜଣାପଡ଼ିବ କାହାର କଣ ଭୂମିକା ଥିଲା । ହତ୍ୟାରେ ବ୍ୟବହୃତ ଗାଡ଼ି, ମାରଣାସ୍ତ୍ର ଜବତ ପାଇଁ ଉଦ୍ୟମ ଚାଲିଥିବା ନେଇ କହିଛନ୍ତି ପୁରୀ ଏସପି ।

 

Get real time updates directly on you device, subscribe now.