fbpx
BSKY
BJD SHG SKY
BJD YOUTH SKY

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମିକଙ୍କ ପାଇଁ ସୁରତରେ ନିର୍ମାଣ ହେବ ‘ଓଡ଼ିଶା ସାଂସ୍କୃତିକ ଭବନ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ହିତସାଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏହା ମଧ୍ୟରେ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଅତିରିକ୍ତ ୨୦୦ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।

ସୂଚନା ମୁତାବକ, ରାଜ୍ୟର ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ ଖୋଲାଯିବ । ଫଳରେ ଏଣିକି ଶ୍ରମିକଙ୍କୁ ଆଉ ଜିଲ୍ଲା ଶ୍ରମ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ପୂର୍ବରୁ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ୩୨ଟି ଶ୍ରମ କାର୍ଯ୍ୟାଳୟ ରହିଥିବା ବେଳେ ଆଉ ୨୦୦ଟି ଶ୍ରମ କାର୍ଯ୍ୟାଳୟ ବ୍ଲକରେ ଖୋଲାଯିବ । ସେହିପରି ସୁରତରେ ଶ୍ରମିକଙ୍କ ପାଇଁ ‘ଓଡ଼ିଶା ସାଂସ୍କୃତିକ ଭବନ’ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ତେବେ ‘ଓଡ଼ିଶା ସାଂସ୍କୃତିକ ଭବନ’ ନିର୍ମାଣ ପାଇଁ ସ୍ଥାନ ନିରୂପଣ ସକାଶେ ଓଡ଼ିଶା ସରକାର ଗୁଜରାଟ ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ୫ଟି ଉପକ୍ରମ ଅନୁସାରେ ଶ୍ରମିକଙ୍କ ସୁବିଧା ପାଇଁ ପ୍ରଯୁକ୍ତି ସେବା ଯୋଗାଇ ଦିଆଯିବ । ରାଜ୍ୟର ଅଣସଂଗଠିତ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡର ୱେବସାଇଟ୍ ଓ ଅନଲାଇନ୍ ପୋର୍ଟାଲକୁ ଉନ୍ମୋଚନ କରାଯାଇଛି ।

Get real time updates directly on you device, subscribe now.