fbpx

୩ଟି ସ୍ୱତନ୍ତ୍ର ଟ୍ରେନରେ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଶ୍ରମିକ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ରାଜ୍ୟ ବାହାରେ ବହୁ ଶ୍ରମିକ ଫସି ରହିଛନ୍ତିି । ସେମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ସେହିପରି ଆଜି ସୁରତ ଓ ଏର୍ଣ୍ଣାକୁଲମରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଅଭିମୁଖେ ବାହାରିବ ୩ଟି ସ୍ୱତନ୍ତ୍ର ଟ୍ରେନ । ସୁରତରୁ ବ୍ରହ୍ମପୁର ଅଭିମୁଖେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ବାହାରିବ । ସେହିପରି ଏର୍ଣ୍ଣାକୁଲମରୁ ଭୁବନେଶ୍ୱର ଅଭିମୁଖେ ଗୋଟିଏ ଟ୍ରେନ ବାହାରିବ । ବ୍ରହ୍ମପୁରକୁ ଆସିବାକୁ ଥିବା ଟ୍ରେନ୍ ଆଜି ଦିନ ୪ଟାରେ ଛାଡ଼ିବ । ସୁରତରୁ ଅନ୍ୟ ଏକ ଟ୍ରେନ୍ ଆଜି ରାତି ୧୦ଟାରେ ଛାଡ଼ିବ । ଏର୍ଣ୍ଣାକୁଲମ ରୁ ସ୍ୱତନ୍ତ୍ର ଟ୍ରେନ ଆଜି ସନ୍ଧ୍ୟା ୬ଟାରେ ଛାଡ଼ିବ ବୋଲି ସୂଚନା ମିଳିଛି । ଜଗନ୍ନାଥପୁରରେ ଟ୍ରେନ୍ ଅଟକିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।
ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଦି ପାଇବାରେ ଲାଗିଛି । ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୯୮ଜଣ କରୋନାରେ ସକ୍ରିୟ ରହିଛନ୍ତି । ତେଣୁ ସତର୍କତା ଦୃଷ୍ଟିରୁ ଆସୁଥିବା ପ୍ରବଶୀ ଶ୍ରମିକମାନଙ୍କୁ ଆସିବା ମାତ୍ରେ କ୍ୱାରେଣ୍ଟିନରେ ରଖାଯିବ ।

Get real time updates directly on you device, subscribe now.