fbpx

ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ଉଦ୍ଧାର କଲେ ବି ଏସ ଏଫ ଜବାନ

ମାଲକାନଗିରି ୨୦।୧୨: ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ସ୍ୱାଭିମାନ ଅଞ୍ଚଳର ଡାଇକ-୩ ନିକଟରେ ବିଏସ୍ଏଫ୍ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଯବାନ । ଏହାପରେ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରି ଦେଇଛନ୍ତି ବିଏସ୍ଏଫ୍ ଯବାନ। ବିଏସ୍ଏଫ୍ ଯବାନ ମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ମାଇନ୍ସ ଡିଟେକ୍ଟର ଦ୍ୱାରା ଯାଞ୍ଚ ବେଳେ ଏହା ଜାଣିବାକୁ ପାଇଥିଲେ ଯବାନ । ପରେ ଯବାନ ମାନେ ଏହାକୁ ଅତି ସତର୍କତାର ସହ ମାଟି ତଳୁ ବାହାର କରି ନିଷ୍କ୍ରିୟ କରିଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ପୋତି ଥିବା ଅନୁମାନ କରାଯାଉଛି। କୌଣସି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯବାନମାନେ।

Get real time updates directly on you device, subscribe now.