fbpx

ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲାରେ ଭୂସ୍ଖଳନ: ଧସିଲା ମାଟି ଅତଡ଼ା ଭାଙ୍ଗିଲା ଘର

ଗଜପତି: ଲଗାଣ ବର୍ଷା ଫଳରେ ଧସିଲା ମାଟି ଅତଡ଼ା। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଥିବାର ଖବର ଆସିଛି। ଗୁମ୍ମା ବ୍ଲକ ଜାଙ୍ଗିଡ଼ିତୁଲ ଗାଁରେ ଆଜି ସକାଳୁ ଭୂସ୍ଖଳନ ଘଟିଛି। ମାଟି ଅତଡ଼ା ଖସିବା ପରେ ଲୋକଙ୍କ ଘର ଉପରକୁ ମାଡି ଆସିଥିଲା ଏଥିରେ ଗୋଟିଏ ଘର ଭାଙ୍ଗି ଯାଇଥିଲା ବେଳେ, ଅଲ୍ପକେ ଗ୍ରାମବାସୀ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇଁ ଘଟଣା ସ୍ଥଳରେ ପ୍ରଶାସନ ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେହିପରି ଅଗ୍ନିଶମ ବାହିନୀ ପହଂଚି ଉଦ୍ଧର କାର୍ଯ୍ୟ ଆରମ୍ଭ କରିଛି।

Image

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ (ଆଜି ସକାଳ ୮.୩୦ ସୁଦ୍ଧା ) ଚିଲିକା : ୨୧୩ ମିମି, ଟାଙ୍ଗି : ୨୧୦ ମିମି, ବାଣପୁର: ୨୦୦ ମିମି, ବୋଲାଗଡ : ୭୭ ମିମି, ବେଗୁନିଆ: ୭୪ ମିମି , ବାଲିଅନ୍ତା: ୪୨ ମିମି, ବାଲିପାଟଣା: ୩୪.୮ ମିମି, ଭୁବନେଶ୍ୱର:୪୨.୯ ମିମି ବର୍ଷା ରେକର୍ଡ ହୋଇଛି।

Get real time updates directly on you device, subscribe now.