fbpx

‘ଭାରତ ମାତା କୀ ଜୟ’ ନାରାରେ କମ୍ପିଲା ଜର୍ମାନୀ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଏକତ୍ରିତ ହେଲେ ବହୁସଂଖ୍ୟକ ପ୍ରବାସୀ ଭାରତୀୟ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଯାତ୍ରା ଅବସରରେ ଜର୍ମାନୀରେ ପହଞ୍ଚିଛନ୍ତି । ଏହି ଅବସରରେ ମୋଦୀ ପୁଣି ଥରେ ନିଜର ଖାସ୍ ଅନ୍ଧାଜରେ ବିଶ୍ୱବାସୀଙ୍କ ଆଗରେ ଭାରତର ଗୌରବମୟ ଗାଥାକୁ ଉପସ୍ଥାପିତ କରିଛନ୍ତି । ‘ଭାରତ ମାତା କୀ ଜୟ’ ନାରାରେ ଗୁଞ୍ଜରିତ ହୋଇ ଉଠିଛି ସାରା ବର୍ଲିନ୍ । ମୋଦୀଙ୍କ ସ୍ୱତନ୍ତ୍ର ଷ୍ଟାଇଲର ଭାଷଣ ଶୁଣିବା ପାଇଁ ଏକତ୍ରିତ ହୋଇଛନ୍ତି ବହୁସଂଖ୍ୟକ ପ୍ରବାସୀ ଭାରତୀୟ ।

ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦୀ କହିଥିଲେ ଯେ, ଦ୍ରୁତ ବିକାଶ ପାଇଁ ରାଜେନୈତିକ ସ୍ଥିରତା ଜରୁରୀ ବୋଲି ଯୁବ ଓ ମହତ୍ତ୍ୱାକାଂକ୍ଷୀ ଭାରତ ହୃଦୟଙ୍ଗମ କରିପାରିଛି । ତେଣୁ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଅସ୍ଥିରତାକୁ ସେମାନେ ସମାପ୍ତ କରିଦେଇଛନ୍ତି । ଏକବିଂଶ ଶତାବ୍ଦୀର ସମୟ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଦେଶ ଆଗକୁ ବଢ଼ିବା ପାଇଁ ନୂଆ ସଂକଳ୍ପ ନେଇ ସାରିଛି ।

ମୋଦୀଙ୍କ ସମ୍ବୋଧନକୁ ଶୁଣିବା ପାଇଁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇ ନିଜର ସମର୍ଥନ ଜାହିର କରିଥିଲେ । ‘ଭାରତ ମାତା କୀ ଜୟ’, ‘ମୋଦୀ ହୈ ତୋ ମୁମକିନ ହୈ’ ଓ ‘୨୦୨୪, ମୋଦୀ ଫିର ଏକ ବାର’ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ସଦସ୍ୟ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ଛାତ୍ର, ବିଶେଷଜ୍ଞ ଆଦି ସାମିଲ ରହିଥିଲେ । ଗତ ୨୦୧୪ରେ ଭାରତରେ ପାଖାପାଖି ୨୦୦-୪୦୦ ଷ୍ଟାଟ୍ ଅପ୍ ଥିଲା, ମାତ୍ର ଆଜି ତାହା ୬୮ ହଜାରରେ ପହଞ୍ଚି ଯାଇଛି । ଭାରତ ସରକାର ୨୫ ହଜାରରୁ ଅଧିକ ସର୍ତ୍ତକୁ ହଟାଇବା ସହ ନାଗରିକଙ୍କ ସୁବିଧା ପାଇଁ ୧୫ ଶହ କାନୁନକୁ ଖତମ କରିଦେଇଛନ୍ତି ବୋଲି ମୋଦୀ କହିଥିଲେ ।

Get real time updates directly on you device, subscribe now.