fbpx

ମା ଫାୟାରିଂ ଆରମ୍ଭ ହେଲାଣି,ଫୋନ ରଖୁଛି :ସହିଦ ଶଙ୍କରଙ୍କ ଶେଷ ଶବ୍ଦ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ମା ଫାୟାରିଂ ଆରମ୍ଭ ହେଲାଣି,ଫୋନ ରଖୁଛି । ପରେ ଫୋନ କରିବି । ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଥିବା ନୈନୀତାଲର ଜବାନ ଶଙ୍କରଙ୍କର ମାଙ୍କ ସହ ଥିଲା ଶେଷ କଥାବର୍ତ୍ତା । ଏହା ପରେ ମୃତ୍ୟୁର ଖବର ଆସିଲା ତ ଶୁଖୁନି ମା ଆଖିରୁ ଲୁହ ସେପଟେ ଅଚେତ ପତ୍ନୀ । ୫ ବର୍ଷର ପୁଅ ଅନ୍ୟଙ୍କୁ କାନ୍ଦିବା ଦେଖି କାନ୍ଦୁଛି ତ ସେନାରୁ ଅବସର ନେଇଥିବା ଶଙ୍କରଙ୍କ ବାପା ସତେ ଯେମିତି ମୂକ ପାଲଟିଯାଇଛନ୍ତି । ସାରା ଗାଁରେ ପଡିଛି କାନ୍ଦବୋବାଳି । ଜାମୁ କାଶ୍ମୀରର ଉରି ସେକ୍ଟରରେ ଡ୍ୟୁଟି କରୁଥିଲେ ସିପାହୀ ଶଙ୍କର । ଅଚାନକ ପାକିସ୍ଥାନ ପଟୁ ଆରମ୍ଭ ହୋଇଗଲା ଫାୟାରିଂ । ଆଉ ଗୁଳିରେ ଟଳି ପଡିଲେ ଭାରତୀୟ ସେନାରେ ନାୟକ ପଦରେ କାର୍ଯ୍ୟକରୁଥିବା ଶଙ୍କର ମେହେତା । ଶଙ୍କର ୧୧ ବର୍ଷ ପୂର୍ବେ ସେନାରେ ଯୋଗଦେଇଥିଲେ । ଗତ ଜାନୁଆରୀରେ ଘରକୁ ଆସି ଦେଢ଼ମାସ ଛୁଟି ବିତାଇ ଯାଇଥିଲେ । ଲକ ଡାଉନ ସରିଲେ ଖୁବଶୀଘ୍ର ଘରକୁ ଆସିବାର ପ୍ରତିଶୃତି ଦେଇଥିଲେ । ଖାଲି ଘରକୁ ଫେରିବାର ପ୍ରତିଶୃତି ନୁହେଁ ଗୁଳିମାଡର ଠିକ ପୂର୍ବରୁ ନିଜ ମାଙ୍କୁ ପରେ ଫୋନ କରିବାର ପ୍ରତିଶୃତି ବି ରକ୍ଷା ହୋଇପାରିଲାନାହିଁ ।

Get real time updates directly on you device, subscribe now.