fbpx
BSKY SKY
BSKY SKY

ବିଳମ୍ବରେ ମୌସୁମୀ ଲେଉଟାଣି, ୮ ଦିନ ବିଳମ୍ବରେ ଆରମ୍ଭ ହେଲା ଅପସାରଣ ପକ୍ରିୟା

BSKY

ଭୁବନେଶ୍ୱର : ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ଭାରତରେ ମୌସୁମୀ ଫେରିବା ସମୟ ହେଉଛି ୧୭ ସେପ୍ଟେମ୍ବର । ଚଳିତ ବର୍ଷ ବିଳମ୍ବରେ ଭାରତ ପହଞ୍ଚିଥିଲା ମୌସୁମୀ ବାୟୁ । ୨ ଜୁଲାଇରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୮୫ ଦିନ ପରେ ଲେଉଟିବା ଆରମ୍ଭ ହୋଇଛି । ଅର୍ଥାତ ୮ ଦିନ ପରେ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆଗକୁ ମୌସୁମୀ ଅନ୍ୟ ଦେଶରୁ ମଧ୍ୟ ବିଦାୟ ନେବ । ଓଡିଶାରୁ କେବେ ଫେରିବ ମୌସୁମୀ ବାୟୁ ସେ ନେଇ କୌଣସି ସୂଚନା ନାହିଁ । ସାଧାରଣରେ ଦେଖିବାକୁ ଗଲେ ଅକ୍ଟେବର ୧୫ରେ ଫେରିଥାଏ ମୌସୁମୀ ବାୟୁ । ୨୯ ତାରିଖରେ ଉତ୍ତର ଆଣ୍ଡାମାନରେ ଏବଂ ଏହାର ପାଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରେ ଲଘୁଚାପ ହେବ । ପରବର୍ତ୍ତୀ ସମୟରେ ମୌସୁମୀ ଲେଉଟାଣି ଆରମ୍ଭ ହେବ । ଚଳିତ ମୌସୁମୀରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.