fbpx
BSKY SKY
BSKY SKY

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା

BSKY

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର):ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ ହୋଇଛନ୍ତି । ଏନେଇ ଖୋଦ୍ ପ୍ରତାପ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସୂଚନା ଦେବା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ପ୍ରତାପ କହିଛନ୍ତି ।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨ ହଜାର ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି । ସେହିପରି ୧ ହାଜର ୮୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା । ଏହା ସହ କଟକରେ ୯୧୬, କଳାହାଣ୍ଡିରେ ୫୮୦, ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡରେ ୪୭୫, ବାଲେଶ୍ୱରରେ ୪୩୭, ଭଦ୍ରକରେ ୩୮୧, ପୁରୀରେ ୩୬୯, ଷ୍ଟେଟପୁଲରେ ୩୫୭, ଯାଜପୁରରେ ୩୧୮, ଗଞ୍ଜାମରେ ୩୧୨, ଝାରସୁଗୁଡାରେ ୩୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୪୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.