fbpx

ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ଲୁଚାଇବାରୁ ୨୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ, ବାପାଙ୍କ ସମେତ ୪ ଅଭିଯୁକ୍ତ ଗିରଫ

ଲଳିତପୁର: ଲଳିତପୁରରେ ଜଣେ ନାବାଳିକାଙ୍କୁ ତାଙ୍କ ବାପାଙ୍କ ସମେତ ଗାଁର ୨୮ ଜଣ ବର୍ଷ ବର୍ଷଧରି ଦୁଷ୍କର୍ମ କରିଆସୁଥିଲେ । ଏନେଇ ନାବାଳିକା ଜଣକ ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗ ଆଣିଥିଲେ ଯେ, ତାଙ୍କ ବାପା ଦୁଷ୍କର୍ମ କରିବା ପରେ ଅନ୍ୟ ଲୋକମାନଙ୍କ ଦ୍ୱାରା ତାଙ୍କ ଦୁଷ୍କର୍ମ କରାଇଥିଲେ । ଏହି ମାମଲାରେ ବାପାଙ୍କ ସମେତ ୨୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ଏହି ମାମଲାରେ କିଛି ନେତା ମଧ୍ୟ ସାମିଲ ରହିଛନ୍ତି । ବର୍ତ୍ତମାନ ଏହି ମାମଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପରିଚୟ ଲୁଚାଇବାକୁ ଚେଷ୍ଟା କରୁଥିବାରୁ ପୀଡ଼ିତାଙ୍କ ଗାଁର ୨୫୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ୍ ।

ଏହି ମାମଲାର ସିବିଆଇ ଯାଞ୍ଚ କରିବା ନେଇ ଦାବି କରି ବୁଧବାର ଦିନ ଝାଂସୀର ସପାର ଜିଲ୍ଲାଧ୍ୟକ୍ଷ ମହେଶ କଶ୍ୟପ ଏକ ମାର୍ଚ୍ଚ ବାହାର କରିଥିଲେ । ଏହି ସମୟରେ ଡିଏମ୍ ଏବଂ ଏସପିଙ୍କ ପାଖରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ତେବେ ବର୍ତ୍ତମାନର ଅଭିଯୋଗ ଅନୁସାରେ, ସପାରେ ରହୁଥିବା ଲୋକମାନେ ପୀଡ଼ିତାଙ୍କ ପରିଚୟ ଲୁଚାଇଥିଲେ । ଯାହାଫଳରେ ଝାଂସୀର ସପା ଜିଲ୍ଲାଧ୍ୟକ୍ଷ ମହେଶ କଶ୍ୟପଙ୍କ ସମେତ ୨୫୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହାସହିତ ଏମାନଙ୍କ ବିରୋଧରେ ୧୪୪ ଧାରା ଉଲଂଘନର ଅଭିଯୋଗ ମଧ୍ୟ ରହିଛି ।

ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ ପୋଲିସ ଜୋରସୋର୍ ରେ ଚଳାଇଛି । ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ବାପା, ସପା ଜିଲ୍ଲାଧ୍ୟକ୍ଷ ତିଲକ ଯାଦବଙ୍କ ଭାଇ ଅରବିନ୍ଦ ଯାଦବ ଏବଂ ପୀଡ଼ିତାଙ୍କ କିଛି ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଏବେ ଲଳିତପୁର ଅଞ୍ଚଳର ମାହୋଲ ସରଗରମ ରହିଛି । ତେବେ ମଙ୍ଗଳବାର ଦିନ କୋତୱାଲୀ ଥାନାରେ ଜଣେ ଯୁବତୀ ନିଜ ବାପା, ମାମୁଁ, ଦାଦାଙ୍କ ସମେତ ଗାଁର କିଛି ଲୋକ ଏବଂ କିଛି ନେତାଙ୍କୁ ମିଶାଇ ମୋଟ ୨୮ ଜଣଙ୍କ ନାମରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲେ ।

 

Get real time updates directly on you device, subscribe now.