fbpx

କୋର୍ଟ ଯାଉଥିବା ଓକିଲ ପିତା-ପୁତ୍ରଙ୍କୁୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ଏହି କାରଣ

Advertisement

ପାଟନା: ବିହାରର ଛାପ୍ରାରେ କୋର୍ଟ ଯାଉଥିବା ଓକିଲ ପିତାପୁତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣା ପରେ ପୁରା ଇଲାକାରେ ଆତଙ୍କ ଖେଳିଯାଇଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ପ୍ରାରମ୍ଭିକ ସୂଚନାରେ ପୋଲିସ କହିଛି ଏହା ପଛରେ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ।

ବିହାର ଛାପ୍ରାର ମୁଫସିଲ ଥାନା ଅଞ୍ଚଳରେ ଆଜି ସକାଳେ ଅଜ୍ଞାତ ବ୍ୟକ୍ତି ୨ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏ ଦୁଇଜଣ ପିତାପୁତ୍ର ହୋଇଥିବା ବେଳେ ଏମାନେ ପେଶାରେ ଓକିଲ । ମୃତକଙ୍କ ମଧ୍ୟରେ ଜଣଙ୍କ ନାମ ରାମଅଯୋଧ୍ୟା ରାୟ(୫୫) ଓ ଅନ୍ୟଜଣଙ୍କ ନାମ ସୁନୀଲ ରାୟ(୩୫) ।

ପୋଲିସ ସୂଚନା ଅନୁସାରେ ସକାଳେ ଦୁଇ ଓକିଲ ପିତାପୁତ୍ର ପ୍ରତିଦିନ ପରି ଛାପ୍ରା ବ୍ୟବହାର ନ୍ୟାୟାଳୟ ଯାଉଥିଲେ । ମୁଫସିଲ ଥାନା ଅଞ୍ଚଳର ମାଥବଲିଆ ଛକ ନିକଟ ଦୁଧିଆ ବ୍ରିଜ୍ ନିକଟରେ କେହି ଅଜ୍ଞାତ ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ସେମାନେ ସେହିଠାରେ ତଳେ ପଡିଯାଇଥିଲେ । ନିକଟରେ ଥିବା ଲୋକମାନେ ଏହା ଦେଖି ସେମାନଙ୍କୁ ଛାପ୍ରା ସଦର ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରର ସଦସ୍ୟ କହିଛନ୍ତି ଓକିଲଙ୍କର ପ୍ରାୟ ୧୦ ବର୍ଷ ହେବ ପଟ୍ଟିଦାରଙ୍କ ସହ ଜମିଜମା ବିବାଦ ଚାଲି ଆସୁଥିଲା । ଏହି କାରଣରୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.