fbpx

ହେଲମେଟ୍ ଆଇନ ବିରୋଧରେ ଲଢ଼ିଥିବା ଓକିଲ ବିନା ହେଲମେଟ ପାଇଁ ପ୍ରାଣ ହରାଇଲେ

ନୂଆଦିଲ୍ଲୀ: ହେଲମେଟ ଆଇନ ବିରୋଧରେ ଆଇନଗତ ଲଢ଼େଇ କରୁଥିବା ଜଣେ ଆଇନଜୀବୀ ଶେଷରେ ବିନା ହେଲମେଟ ପାଇଁ ପ୍ରାଣ ହରାଇଛନ୍ତି । ଆମେରିକାର ଫ୍ଲୋରିଡ଼ାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ରୋନ ସ୍ମିଥ ନାମକ ଜଣେ ୬୬ ବର୍ଷୀୟ ବ୍ୟକ୍ତି ବିନା ହେଲମେଟରେ ଯାଉଥିବା ବେଳେ ଏକ ମୋଟରସାଇକେଲ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ରୋନଙ୍କ ୬୨ ବର୍ଷୀୟା ଗାର୍ଲଫ୍ରେଣ୍ଡ ବ୍ରେଣ୍ଡା ଜିନାନ ଭୋଲପେଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ତେବେ ଏହି ଦୁର୍ଘଟଣାରେ ସ୍ମିଥ ଓ ତାଙ୍କ ଗାର୍ଲଫ୍ରେଣ୍ଡ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଯାକ ବିନା ହେଲମେଟରେ ଯାତ୍ରା କରୁଥିଲେ । ସ୍ମିଥ ବ୍ରଦରହୁଡ ଏଗନେଷ୍ଟ ଟୋଟାଲିଟାରିଆନ ଏନାକ୍ଟମେଣ୍ଟସର ଜଣେ ସଦସ୍ୟ ଥିଲେ । ଯେଉଁମାନେ ଫ୍ଲୋରିଡ଼ାର ମୋଟରସାଇକେଲ ନିୟମ ଉଲ୍ଲଂଘନ କରିଥିଲେ, ସେମାନଙ୍କର ନେତୃତ୍ୱରେ ନେଇଥିଲେ ସ୍ମିଥ । ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ପସନ୍ଦ ରହିବା ଉଚିତ ବୋଲି ସ୍ମିଥ ଭାବୁଥିଲେ । ଏକଥା କହିଛନ୍ତି ସ୍ମିଥଙ୍କର ବନ୍ଧୁ ଡେଭ ନ୍ୟୁମ୍ୟାନ ।

୧୯୯୦ରେ ଫ୍ଲୋରିଡ଼ାର ବାଇକ ଚାଳକଙ୍କ ପାଇଁ ହେଲମେଟ ପିନ୍ଧିବା ଆବଶ୍ୟକତା ରହିଥିବା ବେଳେ ସ୍ମିଥ ଏହି ଆଇନକୁ ଭାଙ୍ଗିବା ପାଇଁ ଜଣେ ଆକ୍ରମଣାତ୍ମକ ଆଇନଜୀବୀ ଭାବେ ଅବତୀର୍ଣ୍ଣ ହୋଇଥିଲେ । ସ୍ମିଥ ଏ ବ୍ରଦରହୁଡ ଏଗନେଷ୍ଟ ଟୋଟାଲିଟାରିଆନ ଏନାକ୍ଟମେଣ୍ଟସ ଆଣ୍ଡ ଆମେରିକାନ ବାଇକର୍ସ ଏମଡ ଟୁୱାର୍ଡ ଏଜୁକେସନ (ଆବେଟ)ର ସଦସ୍ୟ ଥିବାବେଳେ ଏହି ସଂସ୍ଥା ଆଇନ ବିରୋଧରେ କିଛି ବର୍ଷ ଧରି ସ୍ୱରଉତ୍ତୋଳନ କରିଆସିଥିଲା । ଫ୍ଲୋରିଡ଼ାର ହେଲମେଟ ନିୟମକୁ ଅମାନ୍ୟ କରିବା ନେଇ ସ୍ମିଥ ସହଯୋଗ କରିଥିବା କୁହାଯାଉଛି ।

Get real time updates directly on you device, subscribe now.