fbpx

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅନୁଧ୍ୟାନ ପାଇଁ ଚିଠି

ପୁରୀ, ୨୫ା୮(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅନୁଧ୍ୟାନ କରାଯିବା ନେଇ ଚିଠି ଲେଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗ ପକ୍ଷରୁ ଅନୁଧ୍ୟାନ ପାଇଁ ଏହି ଚିଠି ଲେଖାଯାଇଛି । ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାରର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ମୁକ୍ତି ମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀଙ୍କ ଦରଖାସ୍ତକୁ ମନ୍ଦିର ପ୍ରଶାସନକୁ ଆଇନ ବିଭାଗ ଦେଇଛି । ଅଳଙ୍କାର ଅନୁଧ୍ୟାନ ଓ ପଦବୀ ପୂରଣ ପାଇଁ ଦୁଇ ଜଣ ଆବେଦକ ଦାବି କରିଥିଲେ । ଗତ ୧୮ ରେ ଶ୍ରଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.