fbpx

ଋଷ-ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ମା’ଙ୍କୁ ମନେ ପକାଇ ଚିଠି ଲେଖିଲେ ୯ବର୍ଷର ଝିଅ

ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ବିଭିସିକାରେ ପରିଣତ ହୋଇଥିବା ୟୁକ୍ରେନର ବିଭିନ୍ନ ସହରରୁ ହୃଦୟ ବିଦାରକ ଭିଡିଓ ଏବଂ ଫଟୋ ଆସୁଥିବାର ଦେଖିବାକୁ ମିଳୁଛି । ଅନେକ ଲୋକେ ନିଜ ଘର ଛାଡ଼ିବାକୁ ଶ୍ରେୟ ମଣୁଛନ୍ତି । ସେମାନଙ୍କ ଚାକିରୀ ଏବଂ ପ୍ରୟଜନଙ୍କୁ ଛାଡ଼ି ଦେଶ ବାହାରକୁ କିମ୍ବା ଆଶ୍ରୟା ସ୍ଥଳିକୁ ଯାଉଛନ୍ତି । ଦେଶରେ ଏଭଳି ସମୟରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି । 

ଏହିଭଳି ଗୋଟିଏ ୯ବର୍ଷ ଶିଶୁ ତାର ମାଙ୍କୁ ମନେ ପକାଇ ଏକ ଚିଠିରେ ଲେଖିଛନ୍ତି, ଯାହା ଲୋକମାନଙ୍କ ଆଖିରେ ଲୁହ ଆଣି ଦେଇଛି । ଝିଅଟି ୟୁକ୍ରେନର ବୋରୋଡିୟଙ୍କା ସହରର ବୋଲି ଜଣା ପଡିଛି । ୟୁକ୍ରେନର ବେଦେଶିକ ବ୍ୟାପାର ମନ୍ତ୍ରଳାୟର ଉପଦେଷ୍ଟା ଆଣ୍ଟୋନୋ ଗେରେଶେଙ୍କୋ ଏକ ଚିଠି ତାଙ୍କ ଟ୍ୱିଟର ଆକାଉଣ୍ଟରେ ୯ବର୍ଷ ଶିଶୁଟିର ହାତଲେଖା ଚିଠି ସେୟାର କରିଛନ୍ତି । 

ଝିଅଟି ମା ବୋରୋଡିୟଙ୍କାରେ ମୃତ୍ୟୁ ବରଣ କରିଛନ୍ତି । ଝିଅଟି ତାର ମାଙ୍କୁ ମନେ ପକାଇ ଲେଖିଛି ଯେ ମା ତୁମେ ହେଉଛ ବିଶ୍ୱର ସବୁଠୁ ଭଲ ମା । ମୁଁ କେବେ ତୁମକୁ ଭୁଲି ପାରିବି ନାହିଁ । ମୁ ଆଶା କରିବି ତୁମେ ସ୍ୱର୍ଗରେ ଥିବ ଏବଂ ସେଠାରେ ଖୁସି ଥିବ । ମୁ ପୁର୍ଣ୍ଣ ଚେଷ୍ଟା କରିବି ଜଣେ ଭଲ ମଣିଷ ହେବାକୁ, ଏବଂ ସ୍ୱର୍ଗକୁ ଯିବାକୁ । ଆମେ ସ୍ୱର୍ଗରେ ଦେଖା ହେବ । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଛି । 

Get real time updates directly on you device, subscribe now.