fbpx
BJD SKY
BJD SKY

ବୀମା ଧାରକମାନେ ଏବେ ହ୍ୱାଟ୍ସଆପ୍‌ରେ ପାଇବେ ସମସ୍ତ ସୂଚନା, ନୂତନ ସେବା ଆରମ୍ଭ କଲା LIC

BJD

ନୂଆଦିଲ୍ଲୀ: ବୀମା କମ୍ପାନୀ ଏଲଆଇସି ଏହାର ଗ୍ରାହକଙ୍କ ପାଇଁ ହ୍ୱାଟ୍ସଆପ୍ ସେବା ଆରମ୍ଭ କରିଛି। ଏହି ସେବା ଆରମ୍ଭ ହେବା ପରେ ବୀମାଧାରକଙ୍କୁ ଏବେ ଆଉ ଛୋଟ ବଡ଼ କାମ ପାଇଁ ଏଲଆଇସି ଅଫିସକୁ ଯିବାକୁ ପଡ଼ିବ ନାହିଁ ଏବଂ ଏଲଆଇସି ଏଜେଣ୍ଟଙ୍କୁ ଅପେକ୍ଷା ମଧ୍ୟ କରିବାକୁ ପଡ଼ିବ ନାହିଁ। ଏବେ ପଲିସିଦାରକଙ୍କୁ ସେମାନଙ୍କ ମୋବାଇଲରେ ହ୍ୱାଟ୍ସଆପ୍ ମାଧ୍ୟମରେ ସମସ୍ତ ସୂଚନା ମିଳିବ।

ଏଲଆଇସି ହ୍ୱାଟ୍ସଆପ୍ ସେବା ସହିତ ବୀମାଭୁକ୍ତ ବ୍ୟକ୍ତି ପ୍ରିମିୟମ୍‌, ବୋନସ୍ ସୂଚନା, ପଲିସି ସ୍ଟାଟସ, ଲୋନ ଏଲିଯିବିଲିଟି, ପ୍ରିମିୟମ୍ ପେଡ୍ ସାର୍ଟିଫିକେଟ୍‌ ଇତ୍ୟାଦି ସେବା ପାଇପାରିବେ। ଏଥିପାଇଁ ବିମାଧାରକ ବ୍ୟକ୍ତିଙ୍କୁ ଏଲଆଇସି ଦ୍ୱାର ଜାରି କରାଯାଇଥିବା ମୋବାଇଲ୍ ନମ୍ବର ୮୯୭୬୮୬୨୦୯୦ କୁ ‘ହାଏ’ ପଠାଇବାକୁ ପଡିବ। ଏହା ପରେ ବୀମା କମ୍ପାନୀ ତରଫରୁ ଏଠାରେ ସମସ୍ତ ସେବା ଉପଲବ୍ଧ ହେବ ।

ଶୁକ୍ରବାର ଦିନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ହ୍ୱାଟ୍ସଆପ୍ ସେବା ଆରମ୍ଭ ବିଷୟରେ ଏଲଆଇସି ସୂଚନା ଦେଇଛି । ଭାରତର ଜୀବନ ବୀମା ଅଧ୍ୟକ୍ଷ ଏମ.ଆର କୁମାର ଗୁରୁବାର ହ୍ୱାଟ୍ସଆପ୍ ସେବା ଆରମ୍ଭ କରିଛନ୍ତି । ଇଲାଇସିର ନୂତନ ସୁବିଧା ହେତୁ ପଲିସିଧାରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ବୀମା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ବୋଲି ସେ କହିଛନ୍ତି।

 

Get real time updates directly on you device, subscribe now.