fbpx

ଜୀବନ ନେଉଛି ଜୁନ୍ ର ତାତି, ଗରମରେ ବଙ୍କା ହୋଇଯାଉଛି ରେଳ ଟ୍ରାକ୍

Advertisement

ନୂଆଦିଲ୍ଲୀ:ଦେଶର ଅଧିକାଂଶ ରାଜ୍ୟ ଏବେ ଯେପରି ଗରମ ତାୱାରେ ସିଝୁଛି । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ଧରି ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହୁଛି । ଉତ୍ତର ପ୍ରଦେଶ ଓ ବିହାରରେ ପ୍ରବଳ ଗରମ ଓ ଲୁ କାରଣରୁ ଅଂଶୁଘାତରେ ୧୦୦ ଲୋକ ମୃତ୍ୟୁ ମୁଖରେ ପଡିଲେଣି । ୧୯ ଜୁନ୍ ପର୍ଯ୍ୟନ୍ତ ଏହିପରି ପାରଦ ଉଚ୍ଚା ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ଉତ୍ତରପ୍ରଦେଶ ବାଲିଆରେ ଗତ ୭୨ ଘଣ୍ଟା ମଧ୍ୟରେ ୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ମେଡିକାଲ୍ରେ ରୋଗୀଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ, ଆଉ ଆଡମିଶନ ଲାଗି ସିଟ୍ ବି ମିଳୁନାହିଁ । ସେହିପରି ପାଟନାରେ ଗତ ୨୪ ଘଣ୍ଟାରେ ପ୍ରବଳ ଗରମରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି ।

ତେବେ ସବୁଠୁ ଭୟାନକ ଚିତ୍ର ଆସିଛି ଲକ୍ଷେ୍ନø ସହରରୁ । ଏଠାରେ ଭୀଷଣ ଉତ୍ତାପ କାରଣରୁ ରେଲୱେ ଟ୍ରାକ୍ ବଙ୍କା ହୋଇଯାଇଛି । ଏହା ଜଣାପଡିବା ପରେ ଠିକ୍ ସମୟରେ ଏହାକୁ ମରାମତି କରାଯାଇ ସମ୍ଭାବ୍ୟ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି ।

Get real time updates directly on you device, subscribe now.