ସେଲ୍ଫି ନେଲାବେଳେ ବଜ୍ରପାତ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ବଜ୍ରପାତ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ଅନେକ ଲୋକଙ୍କ ଜୀବନ ଯାଉଛି । ଯଦି କାହା ଉପରେ ବଜ୍ରପାତ ପଡ଼େ ସେ ହୁଏତ ବଞ୍ଚିନପାରେ । ତେବେ କେହି ଭାଗ୍ୟବାନ ହୋଇଥିବ ଯେ କି ବଜ୍ରପାତରୁ ବଞ୍ଚିଥିବ । ଏଭଳି ଏକ ଘଟଣା ଘଟିଛି ଲଣ୍ଡନର ମୋଲେସୀ ଲକଠାରେ । ଯେଉଁଠାରେ ସୋମବାର ବଜ୍ରପାତରୁ ଅଳ୍ୱକେ ବର୍ତ୍ତିଯାଇଛନ୍ତି ତିନି ଭାଇ ଭାଉଣୀ ।

ଘଟଣା ଅନୁଯାୟୀ ତିନି ଭାଇ ଭଉଣୀ ସାଇକେଲ ଚଲାଇବା ପାଇଁ ଯିବା ପୂର୍ବରୁ ଏକ ଗଛ ମୂଳରେ ଛିଡ଼ା ହୋଇ ଫଟୋ ଉଠାଉଥିଲେ । ଆଉ ସେହି ସମୟରେ ହଠାତ୍ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା ଯାହାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି ।

ରସେଲ, ଇସୋବେଲ ଏବଂ ଆଣ୍ଡ୍ରୁ ନାମକ ଏହି ତିନି ଭାଇ ଭଉଣୀଙ୍କ ଉପରେ ଏହି ବଜ୍ରପାତ ହୋଇଥିଲା । ତେବେ ବଜ୍ରପାତ ଯୋଗୁଁ ସେମାନଙ୍କ ଶରୀରରେ କିଛି ସ୍ଥାନରେ ନିଆଁ ଲାଗିଯାଇଥିଲା । ସେମାନେ କିଛି ଶୁଣି ମଧ୍ୟ ପାରୁନଥିଲେ ଏବଂ ଇସୋବେଲଙ୍କ ଡାହାଣ ହାତ ଅକାମୀ ହୋଇଯାଇଥିଲା । ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ପରିବାର ଲୋକ କହିଛନ୍ତି ଏକ ଦୁର୍ଘଟଣା ଯୋଗୁଁ ଇସୋବେଲଙ୍କ ହାତରେ ଟାଇଟାନିୟମ ପ୍ଲେଟ ଲଗାଯାଇଛି ବୋଧ ହୁଏ ସେଥିପାଇଁ ବଜୁଳି ସେମାନଙ୍କ ଉପରେ ପଡ଼ିଥିଲା ।

Get real time updates directly on you device, subscribe now.