fbpx

କୋହଲି, ଧୋନୀଙ୍କ ପରି ସାନିଆ ବି ପିନ୍ଧୁଛନ୍ତି ଏହି ଫିଟନେସ୍ ବ୍ୟାଣ୍ଡ, କ’ଣ ରହିଛି ବିଶେଷତ୍ୱ

AAKASH

ନୂଆଦିଲ୍ଲୀ: ସାନିଆ ହେଉଛନ୍ତି ପୂର୍ବତନ ଭାରତୀୟ ଟେନିସ୍ ଖେଳାଳୀ ଯିଏକି ଭାରତ ଲାଗି ବହୁ ଟୁର୍ଣ୍ଣାମେଣ୍ଟ ଜିତି ବେଶ୍ ଗୌରବ ଆଣିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୩ ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି । ତେବେ ସାନିଆ ବିରାଟ କୋହଲି ଓ ଏମଏସ୍ ଧୋନୀଙ୍କ ପରି ଏକ ଖାସ୍ ବ୍ୟାଣ୍ଡ ପିନ୍ଧିଥାନ୍ତି । ଏହା ଏକ ଖାସ୍ ଫିଟନେସ୍ ବ୍ୟାଣ୍ଡ ଓ ଏହାର ନାମ WHOOP  ଅଟେ । ସାନିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ କିଛି ଫଟୋ ରହିଛି ଯେଉଁଥିରେ ସେ ହାତରେ ଏହି ଖାସ୍ ବ୍ୟାଣ୍ଡ ପିନ୍ଧିଥିବା ନଜର ଆସୁଛି । ସାନିଆ ବ୍ଲୁ କଲରର ବ୍ୟାଣ୍ଡ ପିନ୍ଧିଛନ୍ତି । ଏହା ଅନ୍ୟାନ୍ୟ କଲରରେ ମଧ୍ୟ ଆସୁଛି ।

ତେବେ ଏହି ଫିଟନେସ୍ ବ୍ୟାଣ୍ଡ କେବଳ ଭାରତ କିମ୍ବା ଏସୀୟ ଦେଶରେ ଲୋକମାନଙ୍କର ପସନ୍ଦ ନୁହେଁ ପୁରା ବିଶ୍ୱରେ ଏହାକୁ ପସନ୍ଦ କରାଯାଉଛି । ଏହା ଆଥଲେଟ୍‌ଙ୍କ ଫିଟନେସକୁ ଟ୍ରାକ୍ କରିଥାଏ ଓ ସେମାନଙ୍କୁ ସଠିକ୍ ସୂଚନା ଦେଇଥାଏ ।
ଏହି ବ୍ୟାଣ୍ଡରେ କୌଣସି ପ୍ରକାର ଡିସ୍‌ପ୍ଲେ ଦିଆଯାଇନାହିଁ । ଏହା ବଡି ରିକଭରୀ ଉପରେ ଫୋକସ୍ କରିଥାଏ ଓ ଏହା ସୂଚାଇ ଥାଏ କି ଆଥଲେଟ୍ ପରଫର୍ମାନ୍ସ ପାଇଁ କେତେଦୂର ପ୍ରସ୍ତୁତ । ଏହି ବ୍ୟାଣ୍ଡ ସଠିକ୍ ଡାଟା ଦେଇଥାଏ ଯାହା ଅନ୍ୟ ବ୍ୟାଣ୍ଡରେ ମିଳିବା ସମ୍ଭବ ହୋଇ ନ ଥାଏ । ଏହି ବ୍ୟାଣ୍ଡର ଡାଟା ସାଇଣ୍ଟିଫିକାଲି ପ୍ରମାଣିତ । କମ୍ପାନୀ ଏହାକୁ ପ୍ରସ୍ତୁତ କରିବା ଲାଗି ଡାକ୍ତର ଓ ବୈଜ୍ଞାନିକଙ୍କ ସହ ମିଶି କାମ କରିଛି ।

Get real time updates directly on you device, subscribe now.