14 ବର୍ଷ ପରେ ଭାରତ ଆସିବେ Lionel Messi, କୋହଲି-ଧୋନି-ରୋହିତଙ୍କ ସହ ଖେଳିପାରନ୍ତି କ୍ରିକେଟ୍ ମ୍ୟାଚ୍
ୱାଙ୍ଖଡେରେ ଗୁଞ୍ଜରିତ ହେବ ଲିୟୋନେଲ ମେସିଙ୍କ ନାମ ।
ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳୀ ଲିୟୋନେଲ ମେସିଙ୍କୁ ଫୁଟବଲର ଯାଦୁଗର କୁହାଯାଏ । ତେବେ ମେସି ଏହି ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବରରେ ଭାରତ ଆସିପାରନ୍ତି । ଏହି ଷ୍ଟାର ଫୁଟବଲ୍ ଖେଳାଳି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ତାଙ୍କର ଜଲଓ୍ବା ଦେଖାଇବେ ।
ଗୁଞ୍ଜରିତ ହେବ ଲିୟୋନେଲ ମେସିଙ୍କ ନାମ- ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୪ ଡିସେମ୍ବରରେ ଲିୟୋନେଲ ମେସି ୱାଙ୍ଖେଡେ ଗ୍ରାଉଣ୍ଡରେ ତାଙ୍କର ଯାଦୁ ଦେଖାଇବେ । ବିଶ୍ୱାସ କରାଯାଉଛି ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ହୁଏ, ତେବେ ମେସିଙ୍କୁ ସଚିନ୍ ତେନ୍ଦୁଲକର, ରୋହିତ ଶର୍ମା, ଏମ୍ଏସ୍ ଧୋନି ଏବଂ ବିରାଟ କୋହଲିଙ୍କ ସହ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବାର ମଧ୍ୟ ଦେଖାଯାଇପାରିବ ।
ଏକ ଇଭେଣ୍ଟ ଏଜେନ୍ସି ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଡିସେମ୍ବର 14 ତାରିଖ ପାଇଁ ଗ୍ରାଉଣ୍ଡ ବ୍ଲକ କରିବାକୁ ଅନୁରୋଧ କରିଛି, ଯେଉଁଦିନ ମେସି ଭାରତ ଗସ୍ତରେ ଆସିବେ । ଏକ ରିପୋର୍ଟରେ କୁହାଯାଇଛି ଯେ, “ମେସି ଡିସେମ୍ବର 14 ତାରିଖରେ ୱାଙ୍ଖେଡେ ଷ୍ଟାଡିୟମକୁ ଆସିବେ। ସେ ପୂର୍ବତନ ଏବଂ ବର୍ତ୍ତମାନର ଖେଳାଳିଙ୍କ ସହ ଏକ କ୍ରିକେଟ ମ୍ୟାଚ୍ ମଧ୍ୟ ଖେଳିପାରନ୍ତି । ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପରେ ଆୟୋଜକମାନେ ଏ ବିଷୟରେ ସୂଚନା ଦେବେ ।”
୧୪ ବର୍ଷ ପରେ ମେସି ଭାରତ ଆସିବେ- ଲିୟୋନେଲ୍ ମେସି ଡିସେମ୍ବର ୧୩ ରୁ ୧୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିପାରନ୍ତି । ଏହି ସମୟ ମଧ୍ୟରେ ମେସି ମୁମ୍ବାଇ ବ୍ୟତୀତ ଦିଲ୍ଲୀ ଏବଂ କୋଲକାତା ମଧ୍ୟ ଯାଇପାରନ୍ତି । ଏହି ଷ୍ଟାର ଫୁଟବଲ୍ ଖେଳାଳି ୧୪ ବର୍ଷ ପରେ ଭାରତ ଆସିବେ । ପୂର୍ବରୁ ସେ ୨୦୧୧ରେ ଏକ ମ୍ୟାଚ୍ ଖେଳିବା ପାଇଁ ଭାରତ ଆସିଥିଲେ । ପୂର୍ବରୁ ରିପୋର୍ଟ ଆସିଥିଲା ଯେ ମେସି ସମଗ୍ର ଆର୍ଜେଣ୍ଟିନା ଜାତୀୟ ଦଳ ସହିତ ଅକ୍ଟୋବରରେ ଭାରତ ଆସିପାରନ୍ତି ।