fbpx

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଉପ-ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନାଁ ସାମିଲ ରହିଛି ।

ଏହି ତାଲିକାରେ ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ରହିଛି। କଂଗ୍ରେସର ଷ୍ଟାର୍‌ ପ୍ରଚାର ତାଲିକାରେ ପ୍ରସାଦ ହରିଚନ୍ଦନ, ତାରା ବାହିନୀପତି, ରଞ୍ଜୀବ ବିଶ୍ୱାଳ, ମହମ୍ମଦ ମୋକିମ୍, ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜାଙ୍କ ନାଁ ବି ରହିଛି।

Get real time updates directly on you device, subscribe now.