fbpx
BJD SKY
BJD SKY

୧୫୦ରୁ ଅଧିକ ସ୍ମାର୍ଟଫୋନରେ ଚାଲିବ 5G ସର୍ଭିସ୍, ଟେଲିକମ କମ୍ପାନୀ ପକ୍ଷରୁ ଜାରି ହେଲା ଲିଷ୍ଟ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ୫ଜିକୁ ନେଇ ଉତ୍ସୁକତା ଜାରି ରହିଛି । ୫ଜିର ସ୍ପିଡ କେତେ ରହିବ, ପ୍ଲାନର ପ୍ରାଇସ କେତେ ରହିବ ତାହା ଜାଣିବାକୁ ଲୋକମାନେ ଚାହିଁ ରହିଛନ୍ତି । ଏୟାରଟେଲ ଓ ରିଲାଏନ୍ସ ଜିଓର ୫ଜି ଲଞ୍ଚ ହେବା ପରେ ଏବେ ସମସ୍ତେ ୫ଜି ଫୋନ କେବେ ନେଇ ଅପେକ୍ଷା କରି ରହିଛନ୍ତି ।

ତେବେ ଯେଉଁସବୁ ଫୋନରେ ୫ଜି ନେଟୱାର୍କ ମିଳିବ ସେନେଇ ଏୟାରଟେଲ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ଟେଲିକମ୍ ଅପରେଟର ପକ୍ଷରୁ ୧୧୬ଟି ହ୍ୟାଣ୍ଡସେଟର ଏକ ଲିଷ୍ଟ ଜାରି କରାଯାଇଛି । ଏଥିରେ ୟୁଜର୍ସଙ୍କୁ ଏୟାରଟେଲ ୫ଜି ପ୍ଲସ ସେବା ମିଳିପାରିବ । ଗତ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮ଟି ସହର ପାଇଁ ୫ଜି ସର୍ଭିସେସ ଲଞ୍ଚ କରିଥିଲେ ।

ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ସ୍ମାର୍ଟଫୋନ ଲିଷ୍ଟରେ ୫ଜି ସର୍ପୋଟ ବାଲା ଅଧିକାଂଶ ଫୋନ୍ ସାମିଲ ରହିଛି । ଏହିସବୁ ଫୋନରେ ୟୁଜର୍ସଙ୍କୁ ଏୟାରଟେଲର ୫ଜି ସେବା ମିଳି ପାରିବ । ଆସନ୍ତା ୨୦୨୪ ମସିହା ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଏୟାରଟେଲର ୫ଜି ସେବା ଉପଲବ୍ଧ ହେବା ନେଇ ଅନୁମାନ କରାଯାଉଛି । ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ସମଗ୍ର ଭାରତବର୍ଷରେ ୫ଜି ସର୍ଭିସ୍ ଲାଇଭ୍ ହୋଇଯିବ ।

Get real time updates directly on you device, subscribe now.