ଲାଇଭ୍ ସୁଇସାଇଡ୍ ଘଟଣା, ପତ୍ନୀଙ୍କ ଇଚ୍ଛା ପ୍ରେମୀକ ପାଖରେ ରହିବ

ଅତୁଲଙ୍କ ପରି ମାନବଙ୍କ ଘଟଣା। ସ୍ତ୍ରୀର ନିର୍ଯ୍ୟାତନା ସହି ନପାରି ଲାଇଭ୍ ଭିଡ଼ିଓ କରି ସୁଇସାଇଡ୍। ପତ୍ନୀଙ୍କ ନାଁରେ ସାଂଘାତିକ ଅଭିଯୋଗ। ବାହାଘର ପରେ ବି ପ୍ରେମିକ ସହ ରହିବାକୁ ଚାହୁଁଥିଲା ସ୍ତ୍ରୀ।

ଉତ୍ତରପ୍ରଦେଶ: ବହୁ ଚର୍ଚ୍ଚିତ ଲାଇଭ୍ ସୁଇସାଇଡ୍ ଭିଡ଼ିଓ ଭାଇରାଲ୍ ଘଟଣା। କିଛି ମାସ ପୂର୍ବରୁ ପତ୍ନୀ ଓ ଶ୍ୱଶୁରଘର ପରିବାର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ଲାଇଭ୍ ଭିଡ଼ିଓ କରି ସୁଇସାଇଡ଼୍ କରିଥିଲେ ବେଙ୍ଗାଲୁରର ଅତୁଲ୍ ସୁଭାଷ।

ଠିକ୍ ସେହିପରି ସମାନ ଢ଼ଙ୍ଗରେ ଏବେ ଆଉ ଏକ ଭିଡ଼ିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୟୁପି ଆଗ୍ରାର ଆଇଟି କମ୍ପାନୀ ମ୍ୟାନେଜର ମାନବ ଶର୍ମା ଜୀବନ ହାରିବାର ଲାଇଭ୍ ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି। ଆଉ ତାଙ୍କ ମୃତ୍ୟୁ ପାଇଁ ନିଜ ପତ୍ନୀଙ୍କୁ ,ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି। ଆଉ ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି କି ମାନବଙ୍କ ଅଭିଯୋଗ ଅନୁସାରେ ତାଙ୍କ ପତ୍ନୀ ନିଜ ବୟଫ୍ରେଣ୍ଡ ସହ ରହିବାକୁ ଚାହୁଁଥିଲେ।

ଚାଞ୍ଚଲ୍ୟକର ବୟାନ: ହଁ ଆଜ୍ଞା ଏବେ ସବୁଠି ମାନବଙ୍କ ଲାଇଭ୍ ଭିଡ଼ିଓ ସୁଇସାଇଡ୍ ଖବର। ତେବେ ମାନବଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ପତ୍ନୀ ମଧ୍ୟ ଏକ ଭିଡ଼ିଓ କରି ନିଜ ସଫେଇ ଦେଇଥିଲେ। ଏବଂ ତାଙ୍କ ସ୍ୱାମୀ ସୁଇସାଇଡ୍ କରିବାକୁ ଯାଉଛନ୍ତି ବୋଲି ସେ ମାନବଙ୍କ ଭଉଣୀଙ୍କୁ କହିଥିଲେ ବୋଲି ମଧ୍ୟ କହୁଛନ୍ତି।

ହେଲେ ମାନବଙ୍କ ଭଉଣୀ କିନ୍ତୁ ତାଙ୍କ ଭାଇଙ୍କ ମୃତ୍ୟୁ ପାଇଁ ଭାଉଜଙ୍କୁ ସମ୍ପୂର୍ଣ୍ଣ ଦାୟୀ କରୁଛନ୍ତି। ହେଲେ ଏତେସବୁ ଆରୋପ ପ୍ରତ୍ୟାରୋପ ଭିତରେ ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ଚାଞ୍ଚଲ୍ୟ ଖେଳାଇଦେଇଛି।

ବୟଫ୍ରେଣ୍ଡ ସହ ରହିବାକୁ ଇଚ୍ଛା : ତେବେ ମାନବଙ୍କ ମୃତ୍ୟୁ ପରେ ମାନବଙ୍କ ବାପା, ତାଙ୍କ ପତ୍ନୀ ଓ ପରିବାର ନାଁରେ ଥାନାରେ ଏତଲା ଦେଇଥିଲେ। ତାଙ୍କ ପୁଅର ମୃତ୍ୟୁ ପଛରେ ସମ୍ପୂର୍ଣ୍ଣ ରୂପରେ ଶ୍ୱଶୁର ଘର ପରିବାର ଲୋକ ଦାୟୀ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏହାସହ ମାନବର ବିହାଘର ୨୦୨୪ ମସିହା  ଜାନୁଆରୀ ୧ ତାରିଖରେ ହୋଇଥିବା ବେଳେ, ମାନବଙ୍କ ପତ୍ନୀ ତାଙ୍କ ବୟଫ୍ରେଣ୍ଡଙ୍କ ପାଖରେ ରହିବାକୁ ଚାହୁଁଥିସେ ବୋଲି ମାନବଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ପୋଲିସ ମଧ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବୋହୂ ଓ ତାଙ୍କ ପରିବାର ନାମରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଅଭିଯୋଗ ଆଣିଛନ୍ତି ବାପା ନରେନ୍ଦ୍ର।

ପତ୍ନୀଙ୍କ ଭିଡ଼ିଓ: ଏହି ଘଟଣା ପରେ ମାନବଙ୍କ ପତ୍ନୀ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଏବଂ କହିଥିଲେ ମାନବ ପୂର୍ବରୁ ମଧ୍ୟ ଅନେକ ଥର ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲେ। ଯାହାକୁ ସେ ନିଜେ ଅଟକାଇଥିଲେ।

ସେ ସମ୍ପର୍କରେ ପରିବାରଙ୍କୁ ଜଣାଇଥିଲେ ମଧ୍ୟ ପରିବାର ଲୋକ କୌଣସି ପଦକ୍ଷେପ ନେଇନଥିଲେ। ଏବଂ ବୟଫ୍ରେଣ୍ଡ କଥା ମିଛ। ପତ୍ନୀଙ୍କ କହିବା କଥା ସେ ବାହାଘର ପୂର୍ବରୁ ଜଣକୁ ଭଲ ପାଉଥିଲେ।କିନ୍ତୁ ବାହାଘର ପରେ ତାଙ୍କର କାହା ସହ ସମ୍ପର୍କ ନାହିଁ।