fbpx
BSKY
BJD MC SKY
BJD YOUTH SKY

ରିସର୍ଚ୍ଚ ଖୋଲିଲା ବଡ଼ ରହସ୍ୟ: ବୃକ୍ଷଲତା, ସବୁଜିମା ଅଞ୍ଚଳରେ ରହିଲେ ମଣିଷର ଆୟୁଷ ବୃଦ୍ଧି ପାଉଛି

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଖାଦ୍ୟପେୟ, ଜୀବନଧାରଣ ଶୈଳୀରେ ଅନେକ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ତେଣୁ ବିଭିନ୍ନ କାରଣ ପାଇଁ ମଣିଷ ଅଧିକ ମାତ୍ରାରେ ରୋଗଗ୍ରସ୍ତ ହେବା ସହ ତା’ର ଆୟୁଷରେ ହ୍ରାସ ଘଟୁଥିବା ନେଇ ପୂର୍ବରୁ କୁହାଯାଇଥିଲା । ତେବେ ଏହା ମଧ୍ୟରେ ଏକ ବଡ଼ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ବୃଲକ୍ଷତା, ସବୁଜିମା ଘେରରେ ରହୁଥିବା ଲୋକଙ୍କର ଆୟୁଷ ଅଢ଼େଇ ବର୍ଷ ବୃଦ୍ଧି ପାଉଥିବା ଜଣାପଡ଼ିଛି ।

ଆମେରିକାର ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟି ପକ୍ଷରୁ କରାଯାଇଥିବା ସଦ୍ୟ ଗବେଷଣା ମୁତାବକ, ସବୁଜ ବୃକ୍ଷଲତା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କର ଜୈବିକ ଓ ମଲିକ୍ୟୁଲର ପରିବର୍ତ୍ତନ ହେଉଛି । ସବୁଜ ପରିବେଶରେ ରହିବା ଫଳରେ ଲୋକଙ୍କର ଜୈବିକ ବୟସ ହ୍ରାସ ପାଉଛି, ଫଳରେ କ୍ରୋନୋଲୋଜିକାଲ ଅର୍ଥାତ ପ୍ରକୃତ ବୟସ ବଢ଼ିଥାଏ । ମଣିଷ କେଉଁଠି ରହୁଛି, କ’ଣ ଖାଉଛି ତାହାକୁ ନେଇ ତା’ର ଜୈବିକ ବୟସ ନିର୍ଦ୍ଧାରିତ ହୋଇଥାଏ ।

ଯଦି କୌଣସି ଲୋକର ବାୟୋଲୋଜିକାଲ ବୟସ ତା’ର କ୍ରୋନୋଲୋଜିକାଲ ବୟସଠାରୁ ଅଧିକ ହୁଏ ତେବେ ସେ ଖୁବଶୀଘ୍ର ବୁଢ଼ା ହୋଇଯାଆନ୍ତି । ବୃଦ୍ଧାବସ୍ଥାରେ ହେଉଥିବା ସମସ୍ତ ବିମାରୀ ତାଙ୍କୁ ପୂର୍ବରୁ ଧରିନେବ ଓ ଏଥିସହିତ ତାଙ୍କର ମୃତ୍ୟୁ ଶୀଘ୍ର ହୋଇଯିବ । କ୍ରୋନୋଲୋଜିକାଲ ବୟସର ଅର୍ଥ ହେଉଛି ଆମର ପ୍ରକୃତ ଆୟୁଷ । ଜୈବିବ ବୟସ ଯଦି ପ୍ରକୃତ ବୟସ ଠାରୁ କମ୍ ରହେ ତେବେ ଜଣେ ମଣିଷ ଅନ୍ୟମାନଙ୍କ ତୁଳନାରେ ଦୀର୍ଘଦିନ ଧରି ଯୁବା ଦେଖାଯାଆନ୍ତି । ତେଣୁ ଏହି ଜୈବିକ ବୟସକୁ ହ୍ରାସ କରିବା ପାଇଁ ପୂର୍ବରୁ ସବୁଜ ପନିପରିବା ଖାଇବାକୁ କୁହାଯାଉଥିଲା । ମାତ୍ର କେବଳ ହରି ସବଜି ଖାଇଲେ ହେବ ନାହିିଁ, ସବୁଜ ସ୍ଥାନରେ ରହିଲେ ଆୟୁଷ ବୃଦ୍ଧି ପାଇବ ବୋଲି ଏବେ ଏକ୍ସପର୍ଟମାନେ କହିଛନ୍ତି ।

ଏହି ଗବେଷଣା ପାଇଁ ୪ଟି ସହରକୁ ବଛାଯାଇଥିଲା । ପାଖାପାଖି ୯ ଶହ ଲୋକଙ୍କୁ ନେଇ ୨୦ ବର୍ଷ ଧରି ଏହା ଉପରେ ରିସର୍ଚ୍ଚ ଚାଲିଥିଲା । କିଛି ଲୋକଙ୍କୁ ସବୁଜିମା ଭରା ସ୍ଥାନରେ ଓ ଆଉ କିଛି ଲୋକଙ୍କୁ କ୍ରିଂକ୍ରିଟ ମଧ୍ୟରେ ରଖାଯାଇଥିଲା । ତେବେ ଡିଏନଏ ଯାଞ୍ଚରୁ ଲୋକଙ୍କର କେମିକାଲ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯେଉଁ ଲୋକମାନେ ୩୦ ପ୍ରତିଶତ ସବୁଜିମା ମଧ୍ୟରେ ରହିଥିଲେ, ସେମାନେ ୨୦ ପ୍ରତିଶତ ସବୁଜିମା ଅଞ୍ଚଳରେ ରହୁଥିବା ଲୋକଙ୍କ ଅପେକ୍ଷା ଅଢ଼େଇ ବର୍ଷ ଅଧିକ ଯୁବକଙ୍କ ଭଳି ଦେଖାଯାଉଥିଲେ । ସୂଚନାଯୋଗ୍ୟ ଯେ, ନିୟମିତ ପାର୍କ ଗଲେ ରୋଗୀଙ୍କର ଡିପ୍ରେସନ ହ୍ରାସ ପାଇଥାଏ । ଏଥିସହିତ କମ୍ ତାପାମାତ୍ରାରେ ରହିଲେ ମଣିଷ ଅଲଝାଇମର୍ସ, ଡିମେନ୍ସିଆ ରୋଗ ଆଶଙ୍କାରୁ ବର୍ତ୍ତିବା ସହିତ ଆୟୁଷ ବଢ଼ିଥାଏ ବୋଲି ପୂର୍ବରୁ ଗବେଷଣାରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.