fbpx

ବଢିଲା ଲକ ଡାଉନ, ଜାଣନ୍ତୁ କେଉଁ ଜୋନ ପାଇଁ କଣ କୋହଳ

ନୂଆଦିଲ୍ଲୀ,୧/୫: ଲକ ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏବେ ଆସନ୍ତୁ ଜାଣିିିବା କେନ୍ଦ୍ର ସାରା ଦେଶକୁ ବିଭକ୍ତ କରିଥିବା ରେଡ଼,  ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ ଏହି ଲକ ଡାଉନ ୩.୦ ସମୟରେ କଣ କୋହଳ ହେବ।

ଗ୍ରୀନ ଜୋନ
ଗ୍ରୀନ୍ ଜୋନରେ କଟକଣା କୋହଳ ରହିବ
୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିପାରିବ ବସ୍
ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ରହିବ ନାହିଁ
ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକଳାପ

ଅରେଞ୍ଜ ଜୋନ
ଅରେଞ୍ଜ ଜୋନରେ କିଛି ସର୍ତ୍ତ ସହ ଟ୍ୟାକ୍ସି ଓ କ୍ୟାବ୍ ଚାଲିବ
ପ୍ରତ୍ୟେକ ଟ୍ୟାକ୍ସିରେ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ଯାଇପାରିବେ
ଅନ୍ତଃଜିଲ୍ଲା ଯାତାୟତ ପାଇଁ ଅନୁମତି ନେବାକୁ ପଡିବ
ଚାରିଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାତ୍ରୀ ଯାଇପାରିବେ

ରେଡଜୋନ
ରେଡ ଜୋନରେ କଡା କଟକଣା ରହିବ
ସର୍ତ୍ତମୂଳକ ଭାବେ ଯାତାୟତ କରିବ ଗାଡି
ଚାରି ଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାଇପାରିବେ
ବାଇକ ପଛରେ କେହି ବସି ପାରିବେ ନାହିଁ
କୌଣସି ବସ୍ ଗଡିପାରିବ ନାହିଁ
ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକ କାମ କରିପାରିବେ ନାହିଁ

Get real time updates directly on you device, subscribe now.