fbpx

ବାହାଘର ପାଇଁ ଗାଡିର ଅନୁମତି ନମିଳିବାରୁ ଚାଲି ଚାଲି ନଦୀ ପାର ଗଲା ବର

କରୋନା ଲକଡାଉନ ମଧ୍ୟରେ ଲୋକଙ୍କୁ ବହୁ ସମସ୍ୟାର ସାମନା କରିବାକୁ ପଡୁଛି । ବାହାଘରରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ମଧ୍ୟପ୍ରଦେଶର ବାଲାଘାଟରେ ହୋଇଥିବା ଏକ ନିଆରା ବିବାହ ଚର୍ଚ୍ଚାରେ ରହିଛି । ଏଠାରେ ପ୍ରଶାସନ ପକ୍ଷରୁ ବରଯାତ୍ରୀ ନେବାକୁ ଅନୁମତି ନମିଳିବାରୁ ଦୁଇ ରାଜ୍ୟ ମଧ୍ୟରେ ପ୍ରଭାବିତ ହେଉଥିବା ନଦୀକୁ ଚାଲି ଚାଲି ଅତିକ୍ରମ କରିବା ପରେ ଶଶୂର ଘରେ ପହଞ୍ଚିଥିଲା ବର । ପ୍ରଶାସନକୁ ଏହାର ଖବର ମିଳିବା ମାତ୍ରେ ଏହି ନଦୀକୁ ସିଲକ କରାଯାଇଥିଲା ।

ତେବେ ମହାରାଷ୍ଟ୍ରରେ କରୋନା ମାମଲା ଦିନକୁ ଦିନ ବଢିଚାଲିଛି । ଏଥିପାଇଁ ମହାରାଷ୍ଟ୍ରର ପ୍ରଶାସନ ବରକୁ ଗାହି ନେଇ ଯିବାକୁ ଅନୁମତି ଦେଇନଥିଲା । କରୋନା ସଙ୍କଟ ସମୟରେ ସେଠାକୁ ଯିବା ଆସିବା କରିବା ବିପଦଜ୍ଜନକ ବୋଲି ପ୍ରଶାସନ ପକ୍ଷରୁ ଏହାର ସିଲ କରାଗଲା । ଅନ୍ୟ ଲୋକ ଏହି ରାସ୍ତାକୁ ନଆପଣାନ୍ତୂ, ଏଥିପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଗଲା ।

Get real time updates directly on you device, subscribe now.