fbpx

ଉତ୍ତରପ୍ରଦେଶରେ ବିଜେପିକୁ କଡା ଟକ୍କର ଦେବ ଏସ୍‌ପି ଓ କଂଗ୍ରେସ ମେଣ୍ଟ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେଲେ ଅଖିଲେଶ

AAKASH

ଆଗ୍ରା: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବି ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ଉପସ୍ଥିତ ଥିଲେ । ମେଣ୍ଟ ଘୋଷଣା ପର ସମାଜବାଦୀ ପାର୍ଟି ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ନେଇ ଘୋଷଣା କରିଥିଲେ । ଏସ୍‌ପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନେଇ ଘୋଷଣା ହେବା ପରେ ଏସପି କଂଗ୍ରେସକୁ ୧୭ ଲୋକସଭା ସିଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବାରଣାସୀ ଓ ପ୍ରୟାଗରାଜ ବି ସାମିଲ ରହିଛି ।

ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଅଖିଲେଶ ଯାଦବ ଶକ୍ତି ପ୍ରଦର୍ଶନ କରିଥିବାର ମଧ୍ୟ ନଜର ଆସିଛନ୍ତି । ଏହି ଭାରତ ଯୋଡ ଯାତ୍ରାରେ ବହୁ ସଂଖ୍ୟାରେ ଏସ୍‌ପି ବିଧାୟକ ମଧ୍ୟ ଉପସ୍ଥିତ ଥିବାର ଦେଖାଯାଇଥିଲା । ଆମ୍ବେଦକରଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ପରେ ଏହି ଦୁଇ ନେତା ପଦଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ଅଖିଲେଶ ଯାଦବ କହିଥିଲେ ରାହୁଲ ଗାନ୍ଧୀ ଦେଶରେ ଭଲପାଇବାର କଥା କହୁଛନ୍ତି । କିନ୍ତୁ ଏହି ସହର ପୁରା ପ୍ରେମର ସହର ଅଟେ । ଆମ ଲଢେଇ ସମ୍ବିଧାନକୁ ବଞ୍ଚାଇବାର ଲଢେଇ, ବିଜେପି ହଟାଓ ଦେଶ ବଚାଓ ଆମର ସ୍ଲୋଗାନ । ଆମ ଲଢେଇ ସେତେବେଳେ ସଫଳ ହେବ ଯେତେବେଳେ ଉତ୍ତରପ୍ରଦେଶରେ ବିଜେପି ହାରିବ । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହିତ ମଞ୍ଚରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.