fbpx

Video: ଇଆଡେ ସିଆଡେ ଅନାଇଲା କେହି ନଥିବାର ସୁଯୋଗ ଦେଖି ଡିକି ଖୋଲି ଲୁଟିନେଲା…

କେଉଁଝର: ଚୋରୀର ଲାଇଭ୍ ଦୃଶ୍ୟ। ଏଟିଏମ ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବେକେରୀ ଦୋକାନ ନିକଟରୁ ଡ଼ିକି ତାଡି ୧୦ ହଜାର ଟଙ୍କା ନେଇଗଲେ ଯୁବକ। ଆଉ ଚୋରୀର ଭିଡିଓ ସିସିଟିଭିରେ କଏଦ ହୋଇଛି। ହ୍ୱାଇଟ ସାର୍ଟ ପିନ୍ଧିଥିବା ଏ ଯୁବକକୁ ଟିକେ ଦେଖନ୍ତୁ। ପ୍ରଥମେ ଗାଡି ପାଖକୁ ଆସିଲେ ଆଉ ଇଆଡେ ସିଆଡେ ଅନାଇଲେ ଆଉ କିଛି ସମୟ ପରେ କେହି ନଥବବାର ସୁଯୋଗ ନେଇ ଡିକି ତାଡି ନେଇଗଲେ ୧୦ ହଜାର ଟଙ୍କା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଖଣି ସହର ବଡ଼ବିଲରେ।

ସୂଚନାନୁସାରେ ବଡ଼ବିଲ ଆଜାଦ ବସ୍ତି ବାସିନ୍ଦା ଭାଗବତ ସିଂହ ଗତ ୨୨ ତାରିଖ ବଡ଼ବିଲ ସ୍ଥିତ ଏସବିଆଇ ରୁ ୧୦ ହଜାର ଟଙ୍କା ଉଠାଇ ଡ଼ିକି ରେ ରଖି ଫେରିବା ସମୟରେ ବାଟା ଛକ ନିକଟରେ ବାଇକ ଟିକୁ ରଖି ଏକ ବେକେରୀ ଦୋକାନରୁ ପାଉଁରୁଟି ନେଇ ଫେରିବା ପରେ କେହି ଦୁବୃତ୍ତ ଡ଼ିକି ତାଡି ଟଙ୍କା ନେଇଥିବାର ଦେଖିଥିଲେ। ଏ ନେଇ ସେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ବଡ଼ବିଲ ପୁଲିସ ତଦନ୍ତ କରିବା ସହିତ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଆଧାର କରି ମିଲୁ ପାତ୍ରକୁ ବଡ଼ବିଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମିଲୁ ପାତ୍ର ଠାରୁ ୨ହଜାର ଟଙ୍କା ବଡ଼ବିଲ ପୁଲିସ ଜବତ କରିଥିବା ନେଇ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.